Pratidin TV

Odisha's Digital News Platform

ସରକାରୀ ଜାଗା ଜବରଦଖଲ କରିଥିବା ଦୋକାନ ଗୁଡିକରେ ଚଢିଲା ବୁଲଡୋଜର…

1 min read

ବଲାଙ୍ଗିର ; ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍‌ସିଟି ସମ୍ମୁଖ ତଥା ଗାନ୍ଧୀ ଷ୍ଟାଡ଼ିଅମ୍ ସାମ୍ନାରେ ରହିଥିବା ଷ୍ଟଲ୍ ଗୁଡ଼ିକ ଉପରେ ସୋମବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲ୍‌ଡୋଜର୍ ଲଗାଇ ଭଙ୍ଗା ଯାଇଛି। ଏବେ ଜବର୍‌ଦଖଲ୍ ଉଚ୍ଛେଦ ପାଇଁ ଅଂଟା ଭିଡ଼ଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ତିନି ଦିନ ପୂର୍ବ ରୁ ସଂପୃକ୍ତ ଅଂଚଳରେ ଡିମାର୍‌କେସନ୍ କରାଯାଇ ଚିହ୍ନ ଦିଆଯାଇଥିଲା ।

ପ୍ରଶାସନ ପକ୍ଷରୁ ବୁଲ୍‌ଡୋଜର୍ ନେଇ ବଲାଙ୍ଗିର ତହସିଲ୍‌ଦାର ତଥା ମାଜିଷ୍ଟ୍ରେଟ୍ ଡ. ପୁଷ୍ପାଂଜଳି ପଣ୍ଡା ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ଙ୍କ ଉପସ୍ଥିତିରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ସରକାରୀ ଜାଗାରେ ରହିଥିବା ଷ୍ଟଲ୍ ଗୁଡ଼ିକ ଭଂଗା ଯାଇଛି ।

Advertisement

ତେବେ ଏ ସଂପର୍କରେ ବଲାଙ୍ଗିର ତହସିଲ୍‌ଦାର୍ ଡ. ପଣ୍ଡା କହିଛନ୍ତି ଯେ, ଜବର୍‌ଦଖଲ୍ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ । ଯେଉଁ ସ୍ଥାନରେ ସରକାରଙ୍କ କୌଣସି ଉନ୍ନତିକରଣ ପ୍ରୋଜେକ୍ଟ ଆରମ୍ଭ ହେବ ସେସବୁ ସ୍ଥାନରୁ ଜବର୍‌ଦଖଲ୍ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯିବ । ଏହି କ୍ରମରେ ଗାନ୍ଧୀ ଷ୍ଟାଡ଼ିଅମ୍ ସାମ୍ନାରେ ସରକାରୀ ଜାଗାରେ ରହିଥିବା ଯୋଗୁ ପାର୍କିଂ ରେ ଅସୁବିଧା ହୋଇଥିବାରୁ ଷ୍ଟଲ୍‌ଗୁଡ଼ିକ ଭଂଗା ଯାଉଛି । ତେବେ ପ୍ଲଟ୍ ନଂ.୯୦୮, ମୌଜା ବଲାଙ୍ଗିର ବ୍ଲକ୍ ତଥା ଖାତା ନଂ୨୭୭ରୁ ଆଜି ଜବର୍‌ଦଖଲ୍ ଉଚ୍ଛେଦ ହୋଇଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *