ଧସିଲା ଘାଟି ରାସ୍ତା ,ଅଞ୍ଚଳବାସୀଙ୍କ ଗମନାଗମନ ବିପଦପୂର୍ଣ୍ଣ..
1 min readଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ର ଉପାନ୍ତ ଅଞ୍ଚଳ ଦୋରଙ୍ଗୀ, ଶିଉଳି ଅଞ୍ଚଳକୁ ନିର୍ମିତ ରାସ୍ତା ଧସି ଯାଇଛି । ବଡ଼ବଡ଼ ପଥର ଖସି ରାସ୍ତା ଉପରେ ପଡିଛି ଯାହାକୁ ନେଇ ବିପଦ ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଉପାନ୍ତ ଯୋଜନାରେ ୨୦୧୯ ମସିହାରେ ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା ପଞ୍ଚାୟତ ର ପାହାଡ଼ ଉପରେ ବାସକରୁଥିବା ଏହି ଅପହଞ୍ଚ ଗାଁ କୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା ପ୍ରାୟ ତିନିବର୍ଷ ପରେ ପାହାଡ଼ କୁ କାଟି ୧୩ କିଲୋମିଟର ର ରାସ୍ତା ନିର୍ମାଣ ହୋଇଥିଲା ।
ଉପାନ୍ତ ଅଞ୍ଚଳ ବାସୀ ସାମାନ୍ୟ ଆସ୍ୱସ୍ତି ଲାଭ କରିଥିଲେ ହେଲେ ଏକ ବର୍ଷ ନପୁରୁଣୁ ସାମାନ୍ୟ ବର୍ଷା ରେ ରାସ୍ତା ଉପରକୁ ଅତଡା ଖସିବା ସହ ବଡ଼ବଡ଼ ପଥର ଧସାଇ ହୋଇ ପଡିଛି ।ରାସ୍ତା ସାରା ମାଟି ଓ ପଥର ବିଛାଇ ହୋଇ ପଡିଛି । ଯାହାକୁ ନେଇ ଅଞ୍ଚଳବାସୀ ଏହି ରାସ୍ତା ଦେଇ ଏବେ ଯିବା ଆସିବା ପାଇଁ ଭୟ କରିଛନ୍ତି । ଦୁଇ ତିନି ସ୍ଥାନରେ ଏଭଳି ଧସାଇ ହୋଇ ରାସ୍ତା ପାର୍ଶ୍ଵ ରେ ବିରାଟ ବିରାଟ ଗାତ ସୃଷ୍ଟି ହୋଇଛି । ଏହି ରାସ୍ତାରେ ଏବେ ବାଇକ ରେ ଯିବାକୁ ମଧ୍ୟ ଅଞ୍ଚଳ ବାସୀ ଭୟ କରୁଛନ୍ତି ।ଗାର୍ଡୱାଲ ନଥିବା କାରଣରୁ ଏଭଳି ରାସ୍ତା କୁ ପଥର ଖସୁଥିବା କହିବା ସହ ଏହା ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି । ସରକାର ପୁଣି ରାସ୍ତା ମରାମତି ପାଇଁ ଦାବି କରିଛନ୍ତି ।