Pratidin TV

Odisha's Digital News Platform

ସରକାରୀ କ୍ୱାଟର୍ସ ଖାଲି କରିବାକୁ ଚାହୁଁ ନାହାନ୍ତି ଆପ ସାଂସଦ ରାଘବ ଚଡ୍ଡା…

1 min read

ସରକାରୀ ବଙ୍ଗଳା ଖାଲି କରିବେନି ଆପ ର ରାଜ୍ୟସଭା ସାସଂଦ ରାଘବ ଚଡ୍ଡା । ବଙ୍ଗଳା ନ ଛାଡିବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ରାଘବ । ନିକଟରେ ରାଘବଙ୍କୁ ଟାଇପ ୭ ବଙ୍ଗଳା ଖାଲି କରିବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପକ୍ଷରୁ ନିଦ୍ଦେର୍ଶ ମିଳିଥିଲା । ଏହି ଆଦେଶକୁ ବାତିଲ କରିବା ଲାଗି ସାଂସଦ ରାଘବ ଚଡ୍ଡା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ଅଦାଲତର ଆଦେଶକୁ ସେ ଚ୍ୟାଲେଞ୍ଜ କରି ଏକାକୁ ବାତିଲ କରିବା ପାଇଁ ଉଦ୍ୟମ କରିଛନ୍ତି । ସେପଟେ ରାଘବଙ୍କ ଓକିଲ କହିଛନ୍ତି ଯେ ସାଂସଦ ରାଘବ ରାଘବ ଚଡ୍ଡାଙ୍କୁ ଏକ ନୋଟିସ ଜାରୀ କରଯାଇଛି । ତେବେ ଗତ ୨୦୨୨ ଜୁଲାଇରେ ରାଘବଙ୍କୁ ଏକ ଟାଇପ-୬ କ୍ୱାର୍ଟର୍ସ ଦିଆଯାଇଥିଲା । ଟାଇପ-୭ ଘର ଦେବା ଲାଗି ସେ ରାଜ୍ୟସଭା ଅଧ୍ୟକ୍ଷକୁ ଅନୁରୋଧ କରିବା ପରେ ତାଙ୍କୁ ପାଣ୍ଡରା ରୋଡରେ ଏକ ଟାଇପ ୭ ଘର ମିଳିଥିଲା। କିନ୍ତୁ ଗତ ମାର୍ଚ୍ଚରେ ରାଜ୍ୟସଭା ସଚିବାଳୟ ତାହାକୁ ରଦ୍ଦ କରିଥିଲା । ଏହା ସହ ତାଙ୍କୁ ଆଉ ଏକ କ୍ୱାର୍ଟର୍ସ ଦିଆଯିବ ବୋଲି ସଚିବାଳୟ କହିଥିଲା । ଏହି ନିଷ୍ପତ୍ତି ବିରୋଧରେ ରାଘବ ପାଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହା ଉପରେ ଗତ ଏପ୍ରିଲରେ ସ୍ଥଗିତାଦେଶ ପାଇଥିଲେ । ପରେ ଦିଲ୍ଲୀକୋର୍ଟ ତାଙ୍କ ଆଦେଶକୁ ପ୍ରତ୍ୟାହାର କରି ସାଂସଦଙ୍କୁ ସରକାରୀ ବାସ ଭବନରୁ ହଟାଇବା ପାଇଁ ରୋକ ଲଗାଇଥିଲେ । ଏଥିରେ କୁହାଯାଇଛି ଯେ ସରକାରୀ ବଙ୍ଗଳା ଆବଣ୍ଟନ କେବଳ ତାଙ୍କୁ ଦିଆଯାଇଥିବା ଏକ ଅଧିକାର । ଆବଣ୍ଟନ ବାତିଲ ହେବା ପରେ ବଙ୍ଗଳାକୁ ଦଖଲ କରିବା ରାଘବ ଚଡ୍ଡାଙ୍କର କୌଣସି ଅଧିକାର ନାହିଁ । ତେଣୁ ଏହି ରାୟ ବିରୋଧରେ ରାଘବ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତ ବୋଲି କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *