Pratidin TV

Odisha's Digital News Platform

ଗଣମାଧ୍ୟମ ସାମ୍ନାରେ ପୀଡିତା ପ୍ରିୟା ସିଂଙ୍କ ବୟାନ, ଦସ୍ତଖତ ପାଇଁ ପୋଲିସ ପକାଉଛି ଚାପ…

1 min read

ଅଭିଯୁକ୍ତ ଅଶ୍ୱଜିତ୍ ଅନୀଲ ଗାଇକୱାଡ ପ୍ରେମିକା ଉପରେ କାର୍ ଚଢାଇ ଦେବା ଅଭିଯୋଗରେ ସାମ୍ନାକୁ ଆସିଲା ପ୍ରେମିକାଙ୍କ ବୟାନ । ଗଣମାଧ୍ୟମ ସାମ୍ନାରେ ପୀଡିତା ପ୍ରିୟା ସିଂ କହିଛନ୍ତି ଗତକାଲି ରାତିରେ କିଛି ପୋଲିସ ଆସିଥିଲେ । ସେମାନେ ତାଙ୍କୁ କିଛି ଦସ୍ତଖତ କରିବାକୁ ବାଧ୍ୟ କରିବାକୁ ଚେଷ୍ଟା କରୁଥିଲେ । ହେଲେ ଦସ୍ତଖତ କରିବାକୁ ମନା କରିଥିଲେ । କାରଣ ତାଙ୍କ ପାଖରେ ତାଙ୍କ ପରିବାର ଓ ଓକିଲ କେହି ବି ନଥିଲେ । ସେ ଆହୁରୀ ମଧ୍ୟ କହିଥିଲେ ଯେ ସେମାନେ ତାଙ୍କୁ ବାଧ୍ୟ କରୁଥିଲେ ଯେ ଯାହା ଘଟିବ । ଆସନ୍ତାକାଲି, ବର୍ତ୍ତମାନ ସାଇନ୍ କର ବୋଲି । ଆଉ ଯେତେବେଳେ ପ୍ରେମିକା ଦସ୍ତଖତ କରି ନଥିଲେ । ସେମାନେ ରାଗିକି ସେଠରୁ ଚାଲିଯାଇଥିଲେ । ତେବେ ପ୍ରିୟା ସିଂ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିବା ସହ ତାଙ୍କ ଉପରେ ଯଥେଷ୍ଟ ପରିମାଣରେ ବିଶ୍ୱାସ ରହିଛି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *