Pratidin TV

Odisha's Digital News Platform

ବରଗଡ ସରସରା ହତ୍ୟା ମାମଲା , ନ୍ୟାୟ ମାଗୁଛି ପରିବାର …..

1 min read

ବରଗଡ ନିର୍ବାଚନ ସମୟରେ ହତ୍ୟାକାଣ୍ଡ । ମାମଲାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଛି । ବରଗଡ ଜିଲ୍ଲା ସଦରଥାନା ଅନ୍ତର୍ଗତ ସରସରା ଗାଁର ଅଟୋ ଚାଳକ ବିଶ୍ୱନାଥ ମିର୍ଦ୍ଧା(୩୫) ହତ୍ୟା ମାମଲାରେ ପୁଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଆଜି ସମ୍ବଲପୁର ଆରଡିସି ସଦରଥାନାକୁ ଗସ୍ତ କରି ପୁରା ଘଟଣା ସଂପର୍କରେ ବୁଝିବା ସହ ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରି ଫେରିଛନ୍ତି । ଏପଟେ ମୃତକଙ୍କ ପରିବାରବର୍ଗ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହ ଫାଶି ଦେବାକୁ ଦାବି କରିଛନ୍ତି । କିନ୍ତୁ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦ ଏ ପର୍ଯ୍ୟନ୍ତ ଗିରଫ ହୋଇନି ।

ପରିବାରବର୍ଗଙ୍କ କାନ୍ଦବୋବାଳିରେ ଫାଟି ପଡୁଛି ସରସରାଗାଁ ଦାଣ୍ଡ । ନିଜ ସ୍ୱାମୀଙ୍କୁ ଝୁରି ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ କାନ୍ତି । ଛୋଟ ଛୋଟ ଦୁଇ ଝିଅ ବାପ ଛେଉଣ୍ଡ ହୋଇଯାଇଛନ୍ତି ।

Advertisement

ବଡ ଝିଅ ତୃତୀୟ ଶ୍ରେଣିରେ ପଢୁଛି । ସାନ ଝିଅକୁ ମାତ୍ର ସାତ ମାସ ହେଉଥିବା ବେଳେ ସେ ବାପ ଚେଉଣ୍ଡ ହୋଇଯାଇଛି । ପୁରା ପରିବାର ସହ ସରସରା ଗାଁରେ ଶୋକର ମାହୋଲ ଖେଳିଛି । ଏସବୁ ଭିତରେ ପରୋବାରବର୍ଗ ନ୍ୟାୟ ମାଗିଛନ୍ତି । ହତ୍ୟାକାଣ୍ଡକୁ ନେଇ ପରିବାରବର୍ଗ କହିଛନ୍ତି, ମୃତ ବିଶ୍ୱନାଥ ସେ ଗତକାଲି ଭୋଟରଙ୍କୁ ନେଇ ବୁଥକୁ ଯାଉଥିଲେ । ସେହି ପାଖରେ ମୋ ପୁଅ କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ମୃତକ ବିଶ୍ୱନାଥ ଙ୍କ ବାପା ହତ୍ୟାକାରୀ ଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତଙ୍କ ପରିବାର ଏସବୁ ଭିତରେ ଆଜି ପୁଲିସ ବିଭିନ୍ନ ସ୍ଥାନରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚଢଉ ଜାରି ରଖିଛି । ଏହାସହ ଘଟଣାର ଗୁରୁତ୍ୱକୁ ନେଇ ଆରଡିସି ଆସି ଅତିରିକ୍ତ ଏସପି ଓ ଏସଡିପିଓଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା ସଦରଥାନାରେ କରିଛନ୍ତି ।

Leave a Reply

Your email address will not be published. Required fields are marked *