Pratidin TV

Odisha's Digital News Platform

(ଭିଡିଓ)ଭିସୁଟ ଛାତ୍ରୀ ମୃତ୍ୟୁ ମାମାଲା : ପୁରୁଷବନ୍ଧୁ ପ୍ରୀତିମାନ ଓ ସହଯୋଗୀ ମାନସଙ୍କ ହେବ ଲାଇଡିଟେକ୍ସନ୍ ଟେଷ୍ଟ ..


ବଲାଙ୍ଗୀର : ଖୋଲିବ ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ମାମାଲା ଉପରୁ ପରାଦା । ଗତ ବୁଧବାର ଦିନ ପାୱାର ଚ୍ୟାନେଲକୁ ଚିନ୍ମୟୀ ଡେଇଁ ପଡ଼ିଥିଲେ। ଗୁରୁବାର ଦିନ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ ଚିନ୍ମୟୀଙ୍କ ବେକରେ ଏକ ଚିପା ଦାଗ ରହିଥିବା ହେତୁ ତାଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲା । ଯାହା ଆଧାରରେ ପୋଲିସ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନଙ୍କୁ ନାଁରେ ଏଫଆଇଆର ଫାଇଲ କରି ଜେରା ଚଲାଇଛି ।

ସେହିଭଳି ଗତକାଲି ବିଳମ୍ବିତ ରାତ୍ରୀରେ ସମ୍ବଲପୁର ପୋଲିସ ଟିମ୍ ପ୍ରୀତିମାନ ଏବଂ ତାଙ୍କ ସହଯୋଗୀ ମାନସଙ୍କୁ ଭୁବନେଶ୍ୱର ସ୍ଥିତ ଫୋରେନସିକ୍ ଲ୍ୟାବକୁ ଆଣିଥିଲା । ଆଜି ସେ ଦୁହିଁଙ୍କ ମୁହଁରୁ ସତ ଓଗଳାଇବ ପୋଲିସ । ଆଜି ପୋଲିସ ଉପସ୍ଥିତିରେ ଉଭୟଙ୍କର ହେବ ଲାଇ ଡିଟେକ୍ସନ ଟେଷ୍ଟ । ଯାହାକୁ ଆଗକୁ ସପୃକ୍ତ ମୃତ୍ୟୁ ମାମଲା ଉପରୁ ବଡା ପରଦା ଉଠାଇବ ବୋଲି ଜଣାପଡୁଛି ।

Leave a Reply

Your email address will not be published. Required fields are marked *