Pratidin TV

Odisha's Digital News Platform

(ଭିଡିଓ)ରାସ୍ତା କଡରେ ଓଲଟିଲା କମ୍ପାନୀ ବସ; ୧୫ରୁ ଉର୍ଦ୍ଧ୍ବ ଆହତ, ୩ କଟକ ସ୍ଥାନାନ୍ତର..

1 min read

ରାଜକନିକା : ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ରାଜକନିକା ଓ ଆଳି ଅଞ୍ଚଳରେ ସିଏନଜି ଗ୍ୟାସ ପାଇପ୍ ଲାଇନରେ କାର୍ଯ୍ୟ କରୁଥିବା କାରଟେକ୍ ଇନଟର ନ୍ୟସନାଲ କମ୍ପାନୀର “ଦୟାଲ” ନାମକ ଏକ ବସ୍ ଯାହାର ନମ୍ବର OR-O5 G-1882  ୪୦ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ, କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ରାଜକନିକା ଗଞ୍ଜା ରାସ୍ତା ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ସେଥିରେ ଥିବା ୪୦ରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ମଧ୍ୟରୁ ୧୫ଜଣ ଆହତ ହୋଇ ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ, ୩ଜଣ ଅବସ୍ଥା ଗୁରୁତ୍ଵର ଯୋଗୁ । ସେମାନଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତରଣ କରାଯାଇଛି । ଏପରି ବେପରୁଆ ଗାଡି ଚାଳନା ଏବଂ ଟ୍ରାଫିକ ନିୟନ୍ତ୍ରଣର ଅଭାବ ହେତୁ ବାରମ୍ୱାର ଦୁର୍ଘଟଣା ଘଟୁଛି ବୋଲି ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ବରିଷ୍ଠ ନାଗରିକ ତଥା ସାଧାରଣ ଲୋକ କହିଛନ୍ତି ।

Advertisement

ସୂଚନାଯୋଗ୍ୟ ଗତ ୪ ତାରିଖରେ ଏହି ରାସ୍ତାର ଆଳି ସିଙ୍ଗିରି ଠାରେ ଏଭଳି ଡ୍ରାଇଭର ବେପରୁଆ ପାଇଁ ନାୟକ ନାମକ ବସ୍ ଓଲଟି ଥିଲା ।ଯେଉଁଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *