Pratidin TV

Odisha's Digital News Platform

ଷ୍ଟିଅରିଂ ଲକ ଯୋଗୁଁ ରାସ୍ତା କଡକୁ ଖସିଲା ବସ, ଭିତରେ ଥିଲେ ୩୨ରୁ ଉର୍ଦ୍ଧ ଯାତ୍ରୀ..

1 min read

ମୋହନା: ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା ବସ । ଆଉ ଅନ୍ଧାର ରାତିରେ ଅଧବାଟରେ ଜଗି ବସିଥିଲା ଯମ । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍ ।କିନ୍ତୁ ଯମକୁ ମାରତ ଦେଇ ଅଳ୍ପକେ ବର୍ତ୍ତିଗଲେ ୩୫ ଜଣ ଯାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ବସ ଦୁର୍ଘଟଣା । ବ୍ରହ୍ମପୁର ଠାରୁ ଇନ୍ଦ୍ରାବତି ଯାଉଥିବା ଆର.ବି. କୋଚ୍ ନାମକ ଘରୋଇ ବସଟି ହିକିରିକୁପା ଗାଁ ନିକଟସ୍ଥ ବୁଲାଣିଆ ରାସ୍ତାରେ ବାମ ପଟ ତଳକୁ ବସଟି ଖସିପଡିଥିଲା । ଖବର ପାଇ ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ସମସ୍ତେ ସୁରକ୍ଷିତ ଥିବା ବେଳେ ଅନ୍ୟାନ୍ୟ ବସ୍ ଗୁଡିକରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠା ଯାଇଥିଲା । ତେବେ ବସରେ କୌଣସି ଯାନ୍ତ୍ରିକ ତ୍ରୃଟି ରହିଥିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ ଡ୍ରାଇଭର କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *