Pratidin TV

Odisha's Digital News Platform

ମଝି ରାସ୍ତାରେ ଫାଟିଲା ଚକା , ନିୟନ୍ତ୍ରଣ ହରାଇ ଗଛରେ ପିଟିହୋଇ ଓଲଟିଲା ଯାତ୍ରୀବାହୀ ବସ୍ ..

1 min read

କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ପଣ୍ଡାଇର୍ପି ନିକଟରେ ସାଲୁଙ୍କି ନାମକ ଏକ ଯାତ୍ରୀ ବାହୀ ବସ୍ ର ଚକା ଫାଟିଯିବାରୁ ନିୟନ୍ତ୍ରଣ ହରାଇ ମୁଖ୍ୟ ରାସ୍ତା ପାର୍ଶସ୍ଥିତ ଗଛରେ ପିଟିହୋଇ ଓଲଟି ପଡିଛି ।  ଫଳରେ ସେଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନାମିଳିଛି । 

Advertisement

ଆହତ ମାନଙ୍କ ମଧ୍ୟରୁ ପାଖାପାଖି ୧୫ ଜଣ ଗୁରୁତର ଆହତ ହୋଇପଡିଛନ୍ତି ।  ଆହତ ମାନଙ୍କୁ ସ୍ଥାନୀୟ ଲୋକ ଏବଂ ଦମକଳ ବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇ କୋଟଗଡ଼, ତୁମୁଡିବନ୍ଧ ଏବଂ ବାଲିଗୁଡା ମେଡିକାଲରେ ଚିକିତ୍ସା କରାଯାଉଛି ।  ସୂଚନା ଅନୁଯାଇ ଉକ୍ତ ବସ୍ ଟି ଦୈନନ୍ଦିନ ଭଳି ଆଜି ବି ରାୟଗଡା ଜିଲ୍ଲା ମୁନିଗୁଡାଠାରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇଁ ଫୁଲବାଣୀ ଅଭିମୁଖେ ବାହାରିଥିଲା ।  କିନ୍ତୁ ହଠାତ୍ ପଣ୍ଡାଇର୍ପି ପାଖରେ ବସ୍‌ର ଚକ ଫାଟିଯିବାରୁ ତାହ ନିୟନ୍ତ୍ରଣ ହରାଇ ଓଲଟି ପଡିଲା ।

Leave a Reply

Your email address will not be published. Required fields are marked *