Pratidin TV

Odisha's Digital News Platform

ବସ୍‌ ସହ ବୋଲେରୋ ମୁହାଁ ମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

1 min read

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାଇସିଂ ଘାଟି ବୁଲାଣିରେ ଏକ ଯାତ୍ରୀବାହି ବସ ସହ ବୋଲେରୋ ଗାଡି ମୁହାଁ ମୁହିଁ ଧକ୍କାରେ , ଅଳ୍ପକେ ବର୍ତିଗଲେ ୫୦ ଯାତ୍ରୀ।

ମିଳିଥିବା ସୂଚନା ଅନୁ୍‌ଯାୟୀ ବସ୍ ଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ସହିତ ପବନ ହେଉଥିବା କାରଣରୁ ରାସ୍ତା ଠିକ୍ ରେ ଦେଖା ଯାଇନଥିବା ବେଳେ ଏଭଳି ଅଭାନୀୟ ଘଟଣା ଘଟିଥିଲା । ଘଟଣା ସ୍ଥଳେ ମୋହନା ପୋଲିସ ପହଂଚି ତଦନ୍ତ ଜାରିକରିଛି ତେବେ ଏଥିରେ କେହି ମୃତହତ ହୋଇ ନଥିବା ସୂଚନା ଦେଇଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ।

Advertisement

Leave a Reply

Your email address will not be published. Required fields are marked *