Pratidin TV

Odisha's Digital News Platform

ଡମ୍ଫର ସହ ପିଟି ହେଲା ଘରୋଇ ବସ, ଜିଅନ୍ତା ଜଳିଗଲେ ୧୩ ଯାତ୍ରୀ…

1 min read

ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା । ଏକ ଘରୋଇ ବସ ସହ ଡମ୍ଫର ମୁହାଁମୁହିଁ ଧକ୍କା ହେବା ପରେ ଜଳିଗଲା ବସ । ଫଳରେ ବସରେ ଥିବା ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏବଂ ୧୭ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବିକ ୨୭ ଡିସେମ୍ବର ବୁଧବାର ରାତିରେ ଏକ ଘରୋଇ ବସ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଗୁନା ଠାରୁ ଆରୋନ ଅଭିମୁଖେ ଯାଉଥିଲା । ରାତି ପ୍ରାୟ ୯ ଟା ସମୟରେ ବସ୍‌ଟି ସମ୍ମୁଖରୁ ଆସୁଥିବା ଏକ ଡମ୍ଫର ସହ ଧକ୍କା ହୋଇ ଜଳି ଯାଇଥିଲା । ବସ୍‌ଟି ଆଖି ପିଛୁଳାକେ ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିବାରୁ ଯାତ୍ରୀମାନେ ପ୍ରାଣ ବିକଳରେ ରକ୍ଷା ପାଇଁ ଆକୁଳ ଚିତ୍କାର କରିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ବସ୍ କାଚ ପଟେ ଡେଇଁ ନିଜ ଜୀବନ ବଞ୍ଚାଇ ପାରିଥିଲେ । କିନ୍ତୁ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୧୩ ଜଣ ଜିଅନ୍ତା ଜଳି ପ୍ରାଣ ହରାଇଥିବା ବେଳେ ଆଉ ୧୭ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ଏହାପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହ ବସରୁ ଉଦ୍ଧାର ହୋଇଥିବା ମୃତଦେହ ଗୁଡିକ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ସେ କ୍ଷତିପୂରଣ ଘୋଷଣା କରିଛନ୍ତି । ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *