Pratidin TV

Odisha's Digital News Platform

ହଜିଯାଇଛି ମାନବିକତା : ରାସ୍ତା କଡରେ ରୋଗୀଙ୍କୁ ମରଣ ଅବସ୍ଥାରେ ଛାଡିଦେଇ ଗଲେ ବସ୍ ଡ୍ରାଇଭର

ଭୁବନେଶ୍ୱର : ସତରେ କଣ ମଣିଷ ଖସିଯାଇଛି ଏତେ ତଳକୁ ।କେଉଁଠି ହଜିଯାଇଛି ତା ମାନବିକତା ! ଆଜି ରାଜଧାନୀରେ ଦେଖାଦେଇଛି ଏପରି ଏକ ଅଭାବନୀୟ ଘଟଣା । ବସରେ ଜଣେ ରୋଗୀର ଅବସ୍ଥା ଗୁରୁତର ହେବାରୁ ରାସ୍ଥାରେ ଓହ୍ଲାଇ ଦେଲେ ବସ୍ ଡ୍ରାଇଭର । ସୂଚନା ଅନୁଯାୟୀ ଆଜି ଗଜପତିରୁ ନୀଳକଣ୍ଠ ମଲ୍ଲିକ ନାମକ ଜଣେ ଯୁବକ ଅସୁସ୍ଥ ଥିବାରୁ କଟକର ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ନୀଳକଣ୍ଠଙ୍କ ସହ ତାଙ୍କର ଦୁଇ ବନ୍ଧୁ ଅଜୟ ମଲ୍ଲିକ ଓ ସଞ୍ଜୟ ଶବର ମଧ୍ୟ ଆସିଥିଲେ ଉକ୍ତ ବସରେ ।

ତେବେ ଅଧାରାସ୍ତାରେ ନୀଳକଣ୍ଠଙ୍କ ସ୍ୱାସ୍ଥ ଅବସ୍ଥା ଗୁରୁତର ହେବାରୁ ବସ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ବସ୍ କର୍ମଚାରି ମାନେ ନୀଳକଣ୍ଠ ଓ ତାଙ୍କ ୨ ବନ୍ଧୁଙ୍କୁ ପଳାଶୁଣୀ ସପ୍ତସତୀ ମନ୍ଦିର ଆଗରେ ଓହ୍ଲାଇଦେଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନୀଳକଣ୍ଠଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଏହାପରେ ଡାକ୍ତର ଯୁବକ ନୀଳକଣ୍ଠଙ୍କୁ ମୃତ ଘୋଷଣା କରିଥିଲେ । କଣ ଏଇ ଆମ ମଣିଷପଣିଆ ।ମଣିଷ ହୋଇ ଆଉ ଜଣେ ମଣିଷକୁ ଏପରି ଅବସ୍ଥାରେ ଫୋପାଡିଦେଇ ଯାଇପାରେ ରାସ୍ତା କଡରେ ।କାହିଁକି ସେ ଭାବେନା କାଲି ଯଦି ତା ସହିତ ଏପରି ହୁଏ । ଭାବନ୍ତୁ ଥରେ ଆପଣ ।

Leave a Reply

Your email address will not be published. Required fields are marked *