Pratidin TV

Odisha's Digital News Platform

ଅଣ୍ଡରପାସ୍ ରାସ୍ତାରେ ପାଣି : ବୁଡିଲା ବସ୍ ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

1 min read

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ଯୋଗୁ ଟ୍ୱିନ୍‌ସିଟି ସହ ଅନେକ ଜାଗରେ ବର୍ଷାର ଆତଙ୍କ ଦେଖାଦେଇଛି କାଲିଠୁ । ତେବେ ଆଜି ଏକ ଦୁଃସାହସିକ ଓ ମାରାତ୍ମକ ଦୃଶ୍ୟ ଦେଖିବାକୁ ମିଳିଛି ଜଟଣୀ-ପିପିଲି ରାସ୍ତା ନିକଟରେ । ସୂଚନା ଅନୁଯାୟୀ ଜଟଣୀ-ପିପିଲି ରାସ୍ତାର ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ବର୍ଷା ଯୋଗୁ ପାଣି ଜମି ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ଯୋଗାଯୋରୁ ବିଛିନ୍ନ ହୋଇଛି ।

ତେବେ ଆଜି ଏକ ଯାତ୍ରୀବାହୀ ବସ୍ ସେଠାରେ ଫଶି ଯାଇଥିଲା । ଡ୍ରାଇଭର ଜଣକ ପାଣିର ଗଭୀର ଆକଳନ କରିନପାରି ବସ୍‌କୁ ପାଣି ପ୍ରବାହିତ ରାସ୍ତାରେ ପୁରାଇଦେଇଥିଲେ । ଦୁଃଭାଗ୍ୟବସତ ବସ୍‌ଟି ସମ୍ଫୂର୍ଣ୍ଣଭାବେ ପାଣିରେ ବୁଡିଯାଇଥିଲା । ସ୍ଥାନୀୟ ଲୋକଙ୍କ ବୁଦ୍ଧି ଓ ସହାୟତା ଯୋଗୁ ବସମଧ୍ୟରୁ ସମସ୍ତ ଯାତ୍ରୀ ଏବଂ ଡ୍ରାଇଭର ,କଣ୍ଡକ୍ଟରକୁ ପାଣି ମଧୟରୁ ବାହାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *