Pratidin TV

Odisha's Digital News Platform

ପୋଲରୁ ଖସି ରେଲୱେ ଟ୍ରାକ୍‌ରେ ପଡିଲା ଯାତ୍ରୀବାହି ବସ୍ ,୪ ମୃତ ୨୪ ଆହତ …

ନୂଆଦିଲ୍ଲୀ ; ଭୟଙ୍କର ଦୁର୍ଘଟଣା , ଥରାଇଲା ସ୍ଥାନୀୟ ଲୋକଙ୍କ ଛାତି । ପୋଲର ବାଡା ଭାଙ୍ଗି ରେଳଧାରଣାକେୁ ଖସି ପଡିଲା ଯାତ୍ରୀବାହି ବସ୍ । ଘଟଣା ସ୍ଥଳରେ ୪ ମୃତ ୨୪ ଆହତ । ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ରାଜସ୍ଥାନରେ ଘଟିଛି । ସୂଚନା ଅନୁଯାୟୀ ରବିବାର ହରିଦ୍ୱାରରୁ ଜୟପୁର ଯାଉଥିବା ଏକ ରାତ୍ରୀ ବସଟି ୨୧ ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିଲା। ରାତି ପ୍ରାୟ ୨ଟା ପରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବସ୍ଟି ଏକ ପୋଲର ବାଡ଼ାରେ ପିଟି ହୋଇ ତଳେ ଥିବା ରେଲୱେ ଟ୍ରାକ୍ରେ ଖସି ପଡ଼ିଥିଲା। ଯାହା ଫଲରେ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଯିବା ସହ ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Leave a Reply

Your email address will not be published. Required fields are marked *