Pratidin TV

Odisha's Digital News Platform

(ଭିଡିଓ) ଟ୍ରକକୁ ପଛପଟୁ ଆସି ପିଟିଦେଲା ଯାତ୍ରୀବାହୀ ବସ ‘ନାୟକ’,୧୦ଯାତ୍ରୀ ଆହତ..

ଯାଜପୁର : ଡିସେମ୍ବର ଆରମ୍ଭରୁ ଥମିବାର ନାଁ ନେଉନି ଦୁର୍ଘଟଣା । ୪ ଦିନ ହେଲା ଲଗାତାର ଭାବେ ରାଜ୍ୟର ବିଭିନ୍ନ ଜାଗାରେ ଘଟୁଛି ସଡକ ଦୁର୍ଘଟଣା । ପୁଣି ଆଜି ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ । ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ନାୟକ ନାମକ ଯାତ୍ରୀବାହୀ ବସଟି ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବେଳେ ବଡଚଣା ଛକରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏକ ଗହମ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇ ଦେଇଥିଲା । ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେମାନଙ୍କ ଭିତରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୨ଜଣଙ୍କ ଅବସ୍ଥା ଗୁରତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *