Pratidin TV

Odisha's Digital News Platform

ବ୍ରେକ୍ ଫେଲ ହୋଇ ଘାଟିକୁ ଓଲଟିଲା ମିନି ବସ୍ , ୨୦ ଯାତ୍ରୀ ଗୁରୁତର ଆହତ …

1 min read

ଗଜପତି ; ସକାଳୁ ସକାଳୁ ଦୁର୍ଘଟଣା । ଘାଟିକୁ ଖସିଲା ବସ୍ , ୨୦ ଯାତ୍ରୀ ହେଲେ ଆହତ । ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାମୁଣମଲା ଘାଟିରେ ଏକ ମିନି ବସ୍ ଓଲଟି ପ୍ରାୟ ୩୪ ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଜଗତଜନନୀ ନାମକ ଏକ ଘରୋଇ ମିନି ବସ୍ ଲଦିଗୁଡାରୁ ଯାତ୍ରୀ ମାନଙ୍କୁ ନେଇ ମୋହନା ଅଭିମୁଖେ ଯାଉଥିବା ବେଳେ ଘାଟି ଗଡିବା ସମୟରେ ବ୍ରେକ୍ ଫେଲ୍ ହୋଇଯିବାରୁ ରାସ୍ତା କଡରେ ଓଲଟି ପଡିଛି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହାତ ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ଗର୍ଭବତୀ ମହିଳା ରହିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *