Pratidin TV

Odisha's Digital News Platform

ଏକ୍ସପ୍ରେସ ୱେରେ ଫାଟିଲା ଟାୟାର,ଡିଭାଇଡର୍ ସହ ଧକ୍କା ହୋଇ ଓଲଟି ପଡିଲା ବସ…

1 min read

ଉତ୍ତରପ୍ରଦେଶ: ଆଗ୍ରା ସୋମବାର ପୂର୍ବାହ୍ନରେ ଆଗ୍ରାସ୍ଥିତ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୩୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଯେଉଁଥିରୁ ପ୍ରାୟ ୯ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦିଲ୍ଲୀରୁ ବନାରସକୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୩୪ ଜଣ ଯାତ୍ରୀ ଆହାତ ହୋଇଥିବା ବେଳେ ୯ ଜଣଙ୍କର ଅବସ୍ଥା ସଂଙ୍କଟାପର୍ଣ୍ଣ ହୋଇଥିଲା । ଆହତମାନଙ୍କ ମଧ୍ୟରେ ଜଣେ ୨୩ ବର୍ଷୀୟ ଇସ୍ରାଏଲ ଯାତ୍ରୀ ରହିଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଏସଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।


ଖବର ଅନୁଯାୟୀ ବିଳମ୍ବିତ ରାତିରେ ବସଟି ଯାତ୍ରା କରୁଥିବା ସମୟରେ ହଠାତ୍ ଏକ୍ସପ୍ରେସୱେରେ ବସର ଟାୟାର ଫାଟି ଯାଇଥିଲା । ଫଳରେ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଡିଭାଇଡର୍ ସହିତ ଧକ୍କା ହୋଇ ଓଲଟି ପଡିଥିଲା । ତେବେ ରାତି ହୋଇଥିବାରୁ ଯାତ୍ରୀ ମାନେ ବସରେ ଶୋଇଥିବା ଅବସ୍ଥାରେ ଦୁର୍ଘଟଣାଟି ଘଟିଥିଲା । ଫଳରେ ଯାତ୍ରୀ ମାନଙ୍କୁ ଏକ ବଡ ଝଟକା ଲାଗିଥିଲା । ଯାତ୍ରୀ ମାନେ ଦୁର୍ଘଟଣା ପରେ ନିଜର ଜୀବନ ରକ୍ଷା କରିବାକୁ ଯାଇ ଜୋରରେ ପାଟି କରିଥିଲେ । ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଏକାଠି ହୋଇ ସେମାନଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ମଧ୍ୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲା । ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ବସରେ ଜଣେ ଇସ୍ରାଏଲ୍ ମହିଳା ଯାତ୍ରୀ ରହିଥିଲେ । ଏହି ଦୁର୍ଘଟଣାରେ ୩୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ଆହତଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *