Pratidin TV

Odisha's Digital News Platform

୧୦ ଲକ୍ଷ ମୁଲ୍ୟର ବସଷ୍ଟାଣ୍ଡ ଚୋରି କରି ନେଲେ ଦୁର୍ବୁତ୍ତ…

1 min read

ବେଙ୍ଗାଲୁର: ସାଧାରଣତଃ ଚୋରମାନେ ମୁଲ୍ୟବାନ ଜିନିଷ ଅର୍ଥାତ ସୁନା ଗହଣା ଟଙ୍କା ଆଦି ଚୋରାଇ ନେଇଥାନ୍ତି । କିନ୍ତୁ ବେଙ୍ଗାଲୁରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁଦ ପ୍ରକାରର ଚୋରୀ । ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ହଁ ଆଜ୍ଞା ଏଠାରେ ୧୦ ଲକ୍ଷ ମୁଲ୍ୟର ଏକ ବସ ଅଶ୍ରୟସ୍ଥଳୀକୁ ଚୋରି କରି ନେଇଛନ୍ତି ଦୁବୁର୍ତ୍ତ । ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରର କୁନିଙ୍ଗହମ ରୋଡରେ । କୁନିଙ୍ଗହମ ରୋଡ ସ୍ଥିତ ମହାନଗର ନିଗମ ଦ୍ୱାରା ବସ ଆଶ୍ରୟ ସ୍ଥଳ ପରିଚାଳିତ ଥିଲା । ଯାହାକି ବେଙ୍ଗାଲୁରୁ ନଗର ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ପଛରେ ଥିଲା । ତେବେ ବସ ଷ୍ଟାଣ୍ଡଟିର ନିର୍ମାଣ କାର୍ଯ୍ୟ ଅଗଷ୍ଟ ଶେଷ ସୁଦ୍ଧା ସରିଥିଲା । ଯେଉଁଥିରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ନିର୍ମାଣର ଏକ ମାସ ମଧ୍ୟରେ ବସ ଷ୍ଟାଣ୍ଡଟି ସେହି ସ୍ଥାନରୁ କୁଆଡେ ଗାୟବ ହୋଇ ଯାଇଥିଲା । ଯାହାକୁ ନେଇ ବସ ଆଶ୍ରୟସ୍ଥଳ ନିର୍ମାଣ ଦାୟିତ୍ୱରେରେ ଥିବା କମ୍ପାନୀର ସହଯୋଗୀ ଉପ-ସଭାପତି ଏନ ରବି ରେଡ୍ଡୀ ଏନେଇ ସେପ୍ଟେମ୍ବର ୩୦ ରେ ଅଭିଯୋଗ କରିଥିଲେ ।


ରେଡ୍ଡୀଙ୍କ କହିବାନୁଯାୟୀ ସେ ବିବିଏମ୍ପି ପାଇଁ ସହରରେ ବସ୍ ଆଶ୍ରୟସ୍ଥଳ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲେ । ସେଥିପାଇଁ ଅଗଷ୍ଟ ୨୧ ରେ କୁନିଙ୍ଗହମ୍ ରୋଡରେ ଏହି ନିର୍ଦ୍ଦିଷ୍ଟ ବସ୍ ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ । ଏହା ଏକ ଷ୍ଟେନଲେସ୍ ଷ୍ଟିଲ୍ ଦ୍ୱାରା ନିର୍ମାଣ ହୋଇଥିଲା । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଥିଲା । ହେଲେ, ଅଗଷ୍ଟ ୨୮ ରେ ଏହି ଆଶ୍ରୟସ୍ଥଳ ପରିଦର୍ଶନ କରିବାବେଳେ ସେହି ବସଷ୍ଟାଣ୍ଡଟି ସେଠାରେ ନଥିଲ । । ଏ ସମ୍ପର୍କରେ ବିବିଏମ୍ପି ଅଧିକାରୀଙ୍କୁ ବସ ଆଶ୍ରୟସ୍ଥଳ ସେଠାରୁ ହଟାଇବା ବିଷୟରେ ପଚାରିବାରୁ ସେମାନେ ମନା କରିଥିଲେ । ଯାହାଫଳରେ ବାଧ୍ୟ ହୋଇ ଏନ ରବି ରେଡ୍ଡୀ ପୋଲିସରେ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ଅନୁସାରେ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି ।

Advertisement


ତେବେ ଏ ଘଟଣା ବେଙ୍ଗାଲୁରରେ ନୁଆ ନୁହେଁ । କାରଣ ପୂର୍ବରୁ ମଧ୍ୟ ୨୦୧୫ ରେ, ହୋରିଜନ୍ ସ୍କୁଲ୍ ନିକଟରେ ଥିବା ଡୁପାନାହଲ୍ଲୀ ବସ୍‌ଷ୍ଟାଣ୍ଡ ଅଦୃଶ୍ୟ ହୋଇଗଲା । ତାର ଚେୟାର, ଚଟାଣ, ଛାତ,ସହ ସବୁ ଉପକରଣ ଚୋରୀ ହୋଇଥିଲା । ଆଉ ସେଥିରେ ଲାଗିଥିବା ଲୁହା ଏବ ଷ୍ଟିଲର ଜିନିଷ ମଧ୍ୟ କଟର ମେସିନ ଦ୍ୱାରା କାଟି ଚୋରୀ କରି ନେଇଥିଲେ ଦୁବୁର୍ତ୍ତ ।

Leave a Reply

Your email address will not be published. Required fields are marked *