Pratidin TV

Odisha's Digital News Platform

୧ରୁ ସାରା ରାଜ୍ୟରେ ବସ ସେବା ଟପ୍‌, ତୁଟୁନି ସରକାର ଏବଂ ଘରୋଇ ବସ ମାଲିକଙ୍କ କଳି

1 min read

କିଛି ଦିନ ବ୍ୟବଧାନ ପରେ ପୁଣି ତାତିଲା ବସ ମାଲିକ ସଂଘ । ଡିସେମ୍ବର ୧ରୁ ସାରା ରାଜ୍ୟରେ ହେବ ବସ ଧର୍ମଘଟ । ତା’ପୂର୍ବରୁ ଅର୍ଥାତ ନଭେମ୍ବର ୨୨ରୁ ବସ୍ ମାଲିକମାନେ ବିଧାନସଭା ସମ୍ମୁଖରେ ଧାରଣା ବସିବେ । ବସ ଧର୍ମଘଟ ନେଇ ଭବାନୀପାଟଣାରେ ବସିଥିବା ଘରୋଇ ବସ୍ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ପରେ ଏନେ ସୂଚନା ଦେଇଛନ୍ତି ବସ୍ ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ । ଆଜି କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଅଲ୍ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ୩୦ ଜିଲ୍ଲା ସବୁ ବସ୍ ମାଲିକମାନେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟ ସରକାର ଚଲାଉଥିବା ଲକ୍ଷ୍ମ ବସ୍ ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ବ୍ଲକ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍ ଚାଲାଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଘରୋଇ ବସ୍ ମାଲିକମାନେ ସରକାରଙ୍କୁ ଦେଇଥିବା ଦାବି ଏହି ତାରିଖ ମଧ୍ୟରେ ପୂରଣ ନହେଲେ ସେମାନେ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି । ଏଥର ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ନିଷ୍ପତ୍ତି ନେଇଛି ।

Advertisement

Leave a Reply

Your email address will not be published. Required fields are marked *