Pratidin TV

Odisha's Digital News Platform

ଆଜିଠୁ ଯାତ୍ରୀ ହନ୍ତସନ୍ତ , ରାଜ୍ୟରେ ଘରୋଇ ବସ୍ ମାଲିକଙ୍କ ଧର୍ମଘଟ …

1 min read

ଭୁବନରଶ୍ୱର ; ଆଜିଠୁ ରାଜ୍ୟରେ ଘରୋଇ ବସ୍ ସେବା ଠପ୍ । ଗଡୁନି ଘରୋଇ ବସ୍ । ହନ୍ତସନ୍ତ ରାଜ୍ୟବାସୀ । ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ରାଜ୍ୟରେ ଏବେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି। ଘରୋଇ ବସ୍ ସେବା ଉପରେ ରାଜ୍ୟର ଦୈନିକ ୪ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ତେବେ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ଗତକାଲି ସରକାରଙ୍କ ଆଲୋଚନା ପରେ ମଧ୍ୟ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ଆଜିଠୁ ଧର୍ମଘଟ ନେଇ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।

Advertisement

କିନ୍ତୁ ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ଆଜି ବସ୍ ଗଡୁଥିବାର ନଜର ଆସିଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ନିଷ୍ପତ୍ତିକୁ ବାଲେଶ୍ୱରରେ ବିରୋଧ କରାଯାଇଛି। ବାଲେଶ୍ୱର ଜିଲ୍ଲା ବସ୍ ମାଲିକ ସଂଘ ସଭାପତି ବାଦଲ ଦାସ ଧର୍ମଘଟକୁ ବିରୋଧ କରିଛନ୍ତି। ଧର୍ମଘଟ ନିଷ୍ପତ୍ତିକୁ ବିରୋଧ କରିବା ସହ ବସ୍ ଚଳାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଧର୍ମଘଟକୁ ବିରୋଧ କରୁନୁ, ମାତ୍ର ଏହା ଉଚିତ ସମୟ ନୁହେଁ। ଦଶହରା ସମୟରେ ଧର୍ମଘଟ ଠିକ୍ ନୁହେଁ। ଅନେକ ଲୋକ ହଇରାଣ ହେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବାଲେଶ୍ୱର ଜିଲ୍ଲାରେ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛୁ। କଟକ, ଭୁବନେଶ୍ୱରକୁ ଚଲାଇବୁ, ସରକାର ସୁରକ୍ଷା ଦିଅନ୍ତୁ।

Leave a Reply

Your email address will not be published. Required fields are marked *