Pratidin TV

Odisha's Digital News Platform

ନଦୀରେ ଫସିଲା ତୀର୍ଥଯାତ୍ରୀ ବସ୍ : ଉଦ୍ଧାର ପରେ ଯାତ୍ରୀ କହିଲେ ‘ସବୁ ଭଗବାନ ହରିଙ୍କ ଚତ୍ମକାର’….

1 min read

ଉତ୍ତରାଖଣ୍ଡ : ଦେଶରେ ଜଳ ପ୍ରଳୟ ଆଣିଛି ବର୍ଷା । ଚାରିଆଡେ ପାଣି । ଏମିତିକି ଅନେକ ରାଜ୍ୟରେ ଏହି ବର୍ଷା ଯୋଗୁଁ ବନ୍ୟା ବିପାତ ଦେଖାଦେଇଛି । ଧନ ଜୀବନ ସହ ଲୋକଙ୍କ ସ୍ଥାୟୀ ଘରଗୁଡିକ ମଧ୍ୟ ବନ୍ୟାଜଳରେ ଭାସିଯାଇଛି । କେଉଁଠି ଭୂଷ୍କଳନ ଯୋଗୁ ଲୋକଙ୍କ ଜୀବନ ଯାଇଛି ତ ପୁଣି କେଉଁଠି ବନ୍ୟାଜଳ ଲୋକଙ୍କ ଘର ଭିତରେ ଲହଡି ଭାଙ୍ଗିଛି । ଖାସକରି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ଅନେକ କ୍ଷତି କରାଇଛି । ଏଭଳି ସ୍ଥିତିରେ ଉତ୍ତରାଖଣ୍ଡରୁ ସାମ୍ନାକୁ ଆସିଛି ଏକ ଭୟଙ୍କର ଦୃଶ୍ୟ । ନଦୀ ମଝିରେ ୪୦ ଜୀବନ ମରଣ ସହ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା ।

ଖବର ଅନୁଯାୟୀ ଏକ ଘରୋଇ ବସ୍ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ହରିଦ୍ୱାର ଯାତ୍ରା ନିମନ୍ତେ ବାହାରିଥିଲା । ବିଜନୋରର କୋଟାବାଲି ନଦୀ ଅତିକ୍ରମ କରିବା ଉକ୍ତ ନଦୀର ଜଳସ୍ତର ବଢିବାକୁ ଲାଗିଥିଲା ଯାହାଫଳରେ ନଦୀର ତୀବ୍ର ସ୍ରୋତରେ ଫସିଯାଇଥିଲା ବସଟି । ଜଳସ୍ତର ବଢିବା ଯୋଗୁ ଯାତ୍ରୀମାନେ ସେଠାରୁ ବାହରିପାରିନଥିଲେ । ମଝିନଦୀରେ ଶୁଭୁଥିଲା ଆତଚିତ୍କାର ।

Advertisement

ଶେଷରେ ପ୍ରଶାସନ ପକ୍ଷରୁ ବୁଦ୍ଧି ଖଟାଯାଇ ରେସ୍କ୍ୟୁ ଅପରେଶନ ସହାୟତାରେ ସମସ୍ତ ଯାତ୍ରୀମାନଙ୍କୁ ଜେସିବି ମାଧ୍ୟମରେ ଉଦ୍ଧାର କରାଯାଇଥିଲା । ଏହାପରେ ବସ୍ଟିକୁ ମଧ୍ୟ ନଦୀରୁ କଢାଯାଇଥିଲା । ଏଡେବଡ ବିପଦରୁ ରକ୍ଷାପାଇବାରୁ ଯାତ୍ରୀମାନେ ଉକ୍ତ ସ୍ଥାନରେ ହରିଙ୍କ ଚତ୍ମକାର ବୋଲି କହିଥିଲେ । କାରଣ ହରିଙ୍କ ଚତ୍ମକାର ବିନା ଏଭଳି ବିପଦରୁ ବଞ୍ଚିବା ଅସମ୍ଭବ ବୋଲି କହିଥିଲେ ଶ୍ରଦ୍ଧାଳୁ ।

Leave a Reply

Your email address will not be published. Required fields are marked *