Pratidin TV

Odisha's Digital News Platform

ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ମର୍ଡରକେସ୍ ; ଘରର ‘କେୟାରଟେକର ସୋନି ‘ କାଟିଥିଲା ବିଶ୍ୱଜିତଙ୍କ ତଣ୍ଟି ….

ଭୁବନେଶ୍ୱର ; ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିବା ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ମର୍ଡର କେସର ପର୍ଦାଫାଶ କରିଛି ପୋଲିସ । ଆଜି ବିଶ୍ୱଜିତ କେୟାରେଟକର ସୋନିଙ୍କୁ ଗିରଫ୍ କରିଛି ପୋଲିସ ।

ଅଭିଯୁକ୍ତ ସୋନି ପୂର୍ବରୁ ମଧ୍ୟ ଏକ ହତ୍ୟା ଘଟଣାରେ ୧୨ ବର୍ଷ ସଜା କାଟି ଜେଲ୍ ରୁ ଫେରିଛି । ବିଶ୍ଵଜିତଙ୍କ କେଆରଟେକର ଭାବେ ସୋନି ତିନି ବର୍ଷ ଧରି ରହି ଆସୁଥିଲେ । ତେବେ ଏସବୁ ଭିତରେ ଉଭୟଙ୍କ ଭିତରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ଯେଉଁ ସମ୍ପର୍କରୁ ସୋନି ବିବାହ କରିବା ପାଇଁ ବାଧ୍ୟ କରୁଥିଲେ ବିଶ୍ଵଜିତକୁ । ହେଲେ ବିଶ୍ଵଜିତ ବିବାହ ପାଇଁ ରାଜି ନହେବାରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ସୋନି ଘଟାଇଥିବା ନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି ।

Leave a Reply

Your email address will not be published. Required fields are marked *