Pratidin TV

Odisha's Digital News Platform

ପ୍ରକୃତରେ ବଟର ଚିକେନ କାହାର ? ପାକିସ୍ତାନ ରଖିଛି ବଡ଼ ଦାବି..

ଆଇକନିକ୍ ଭାରତୀୟ ଫୁଡ୍, ବଟର ଚିକେନ୍ ଉଦ୍ଭାବନକୁ ନେଇ ଉପୁଜିଛି ବିବାଦ। ପୂର୍ବରୁ ଏହି ଫେମସ୍ ଫୁଡର ଉଦ୍ଭାବକ ମୁକୁଟ ପିନ୍ଧିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଦୁଇ ରେସ୍ତୋରାଁ ମାଲିକ। ମୋତି ମହଲ ଏବଂ ଦରିଆଗଞ୍ଜ ରେସ୍ତୋରାଁ “ବଟର ଚିକେନ୍ ଏବଂ ଡାଲ୍ ମଖନୀ ଉଦ୍ଭାବକ” ଦାବି କରି ହାଇକୋର୍ଟରେ ପହଞ୍ଚିଥିଲେ । ଏହି ବିବାଦରେ ଏବେ ଏଣ୍ଟ୍ରି ମାରିଛି ପାକିସ୍ତାନ ।ପୂର୍ବରୁ ଦିଲ୍ଲୀର ଦରିୟାଗଞ୍ଜ ଓ ମୋତିମହଲ ଏହି ବ୍ୟଞ୍ଜନ ସେମାନଙ୍କ ବୋଲି ଦାବୀ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏବେ ବି କେସ ବିଚାରଧୀନ ରହିଛି । ପାକିସ୍ତାନ ପେଶାୱରର ଏକ ହୋଟେଲ ଏବେ ଏହି ବିବାଦ ଭିତରେ ପ୍ରବେଶ କରିଛି । ବଟର ଚିକେନ ପାକିସ୍ତାନରୁ ଆସିଛି । ଦେଶ ବିଭାଜିତ ହେବା ପରେ ଏହା ଭାରତକୁ ଯାଇଛି ବୋଲି ଦାବୀ କରାଯାଇଛି । 

ମୋତି ମହଲ ଏବଂ ଦରିଆଗଞ୍ଜ ରେସ୍ତୋରାଁ “ବଟର ଚିକେନ୍ ଏବଂ ଡାଲ୍ ମଖନୀ ଉଦ୍ଭାବକ” ଦାବି କରି ହାଇକୋର୍ଟରେ ପହଞ୍ଚିଥିଲେ । ଏହି ଦୁଇ ରେସ୍ତୋରାଁ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି ଯେ, ବଟର ଚିକେନ୍ ଏବଂ ଡାଲ୍ ମଖନି ସେମାନେ ଉଦ୍ଭାବନ କରିଛନ୍ତି। ଦରିଆଗଞ୍ଜ କହୁଛି, ମୋତି ମହଲ ପୂର୍ବରୁ ଆମ ସହ ଜଡିତ ଥିଲା, ଆମେ ବଟର ଚିକେନ୍ ଏବଂ ଡାଲ୍ ମଖନି ଉଦ୍ଭାବନ କରିଛୁ। ସେପଟେ ମୋତି ମହଲ କହୁଛି “ବଟର ଚିକେନ୍ ଏବଂ ଡାଲ୍ ମଖନୀ” ଉଦ୍ଭାବନ ଆମର। ମୋତି ମହଲ କହିଛି ଯେ, ତାଙ୍କ ପ୍ରତିଷ୍ଠାନର କୁଣ୍ଡଲ ଲାଲ ଗୁଜରାଲ ଏହାକୁ ଉଦ୍ଭାବନ କରିଥିଲେ। ଏକଦା, ତନ୍ଦୁରି ଚିକେନ୍ ବିକ୍ରି ନହୋଇ ରହିଯିବାରୁ ସେ ଏହାକୁ ରିହାଇଡ୍ରେଟ୍ କରିବା ପାଇଁ ଏକ ସସ୍ ଆଣିଥିଲେ। ଏଥିରୁ ବଟର୍ ଚିକେନର ଜନ୍ମ ହୋଇଥିଲା।  ହେଲେ ଏପଟେ ପାକିସ୍ତାନ କହିଛି ସେତେବେଳେ କୁନ୍ଦନ ଲାଲ ଗୁଜରାଲ ମୋତି ମହଲ ନାମକ ହୋଟେଲରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଦେଶ ବିଭାଜନ ପରେ କୁନ୍ଦନ ଲାଲ ଦିଲ୍ଲୀରେ ମଧ୍ୟ ଏହି ନାମରେ ହୋଟେଲ ଖୋଲିଥିଲେ ।

Leave a Reply

Your email address will not be published. Required fields are marked *