ହେଲମେଟ୍ ଦୋକାନୀଙ୍କ ବଡ ଅଫର : କିଣନ୍ତୁ ହେଲମେଟ୍ ପାଆନ୍ତୁ ୧ କେଜି ଟମାଟୋ ଫ୍ରି …
1 min readନୂଆଦିଲ୍ଲୀ : ଆପଣାମନେ ବିଭିନ୍ନ ସପିଂ ମଲରେ ଗୋଟେରେ ଗୋଟେ ଫ୍ରି ଅଫର ଦେଖିଥିବେ । କିମ୍ବା କୌଣସି ବଡ ଜିନିଷ କିଣିଲେ ସେଥିରେ କିଛି ଫ୍ରିରେ ମିଳିଥିବାର ଜାଣିଥିବେ । ଏସବୁ କେବଳ ନିଜ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ରଖିଥାନ୍ତି । ଯାହାଦ୍ୱାରା ଅଧିକ ଗ୍ରାହକ ସେମାନଙ୍କ ଦୋକାନକୁ ଆକର୍ଷିତ ହୋଇ ଆସିଥାନ୍ତି । କିନ୍ତୁ ନିକଟରେ ଜଣେ ହେଲମେଟ୍ ଦୋକାନୀ କିଛି ନିଜ ଦୋକାନରେ କିଛି ଏଭଳି ଅଫର ରଖିଛନ୍ତି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ।
ସମଗ୍ର ଦେଶରେ ଟମାଟରର ହୁ ହୁ ହୋଇ ବଢୁଥିବା ଦାମ ଖାଉଟିଙ୍କ ମୁଣ୍ଡରେ ଚିନ୍ତା ବଢାଇଥିଲା । କେଉଁଠି ଟମାଟୋ କେଜି ୨୮୦ ତ ପୁଣି କେଉଁଠି ୧୬୦ ତ ଆଉ କେଉଁଠି ୧୦୦ । ଏଭଳି ସମୟରେ ଅନେକ ଚତ୍ମକାର ଖବର ସାମ୍ନାକୁ ଆସିଥିଲା । କିନ୍ତୁ ତାମିଲନାଡୁର ସାଲେମ ଜିଲ୍ଲାର ଏକ ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ।
ଉକ୍ତ ଅଞ୍ଚଳର ରହୁଥିବା ମହମ୍ମଦ କାସୀମ ନାମକ ଜଣେ ହେଲମେଟ୍ ବ୍ୟବସାୟୀ ନିଜ ବ୍ୟବସାୟ ବଢାଇବା ପାଇଁ ତାଙ୍କ ଦୋକାନରୁ ହେଲମେଟ୍ କିଣୁଥିବା ଗ୍ରାହକମାନଙ୍କୁ ୧ କେଜି ଲେଖାଏଁ ଟାମାଟୋ ମାଗଣାରେ ଦେଇଥିଲେ । ଏହା ସହ ସେ ନିଜର ଏହି ଅଫରକୁ ବିଜ୍ଞାପନ ଜରିଆରେ ପ୍ରକାଶ ମଧ୍ୟ କରିଥିଲେ ଆଉ ସେଥିରେ ଟ୍ୟାଗ୍ ଲାଇନ୍ ଦେଇଥିଲେ ଯେ ‘ ରୋଷେଇ ପାଇଁ ଟମାଟୋ ଯେମିତି , ମୁଣ୍ଡ ପାଇଁ ହେଲମେଟ୍ ସେତିକି ଗୁରୁତ୍ୱପୂର୍ଣ୍ଣ ’ା