Pratidin TV

Odisha's Digital News Platform

ନଟରାଜ୍ ପେନସିଲ୍ ପ୍ୟାକିଂ କରି ମାସକୁ ୩୦ ହଜାର ରୋଜଗାର କରନ୍ତୁ କହି,ଆକାଉଣ୍ଟ ଖାଲି କରିଦେଲେ ।

1 min read

ପୁରୀ ; ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ପ୍ରକାରର ଆଡ୍ ବା ବିଜ୍ଞାପନ ଆସୁଛି । ମାତ୍ର ୨ ଘଣ୍ଟା କାମ କରନ୍ତୁ ଆଉ ମାସକୁ ଏତିକି ରୋଜଗାର କରନ୍ତୁ । ଏଭଳି ଆଡ ଦେଇ ଅନେକ କମ୍ପାନୀ ଲୋକମାନଙ୍କୁ ୱାର୍କ ଫର୍ମ ହୋମରେ ନିଯୁକ୍ତି ଦେଉଥିବା ବେଳେ , କିଛି ବଡ ବଡ କମ୍ପାନୀର ନାଁ ଓ ଲୋଗୋକୁ ବ୍ୟବହାର କରି ସାଧାରଣ ଲୋକଙ୍କୁ ଠକୁଛନ୍ତି ଫ୍ରଡ୍ । ଏଭଳି ଏକ ଘଟଣା ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି ।

ପେନସିଲ ପ୍ୟାକିଙ୍ଗ କାମ ଦେବା କହି ଟଙ୍କା ଠକେଇ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା ନଳିବସନ୍ତ ଗ୍ରାମର ରଞ୍ଜିତ ସ୍ୱାଇଁ । ରଞ୍ଜିତ ୧୭ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସେ ସୋସିଆଲ ମିଡ଼ିଆ facebook ରେ Natraj Company ନାମରେ ପେନସିଲ packing ପାଇଁ ଏକ ବିଜ୍ଞାପନ post ହୋଇଥିବାର ଦେଖିଥିଲେ । ପେନସିଲ packing ର କାମ ଦେବା ନେଇ ନିଯୁକ୍ତି ସହ ଦରମା ୨୮,୦୦୦/- ରୁ ୩୦,୦୦୦ ପର୍ଯ୍ୟନ୍ତ ଲେଖା ହୋଇଥିଲା । facebook ର ନମ୍ବର ୬୦୦୦୪୧୭୭୧୨ କୁ ରଞ୍ଜିତ ଯୋଗାଯୋଗ କରି ରାଜୀବ ସିଙ୍ଗ ନାମକ ଜଣେ ବ୍ୟକ୍ତଙ୍କ ସହ କଥା ହୋଇଥିଲେ ।

Advertisement

ଅଗ୍ରିମ ୧୫,୦୦୦/- packing ପାଇଁ କହିଥିଲେ କିନ୍ତୁ ଓ ଆଇଡି କାର୍ଡ ପାଇଁ ୬୨୦/- ଦେବା ପାଇଁ କମ୍ପାନୀ କହିଥିଲା । ୯୦୪୦୯୪୭୧୮୬ ନମ୍ବରରେ ରଞ୍ଜିତ ଫୋନ ପେ ରେ ଗତ ୧୦ ରେ ଏସବିଆଇ ବ୍ୟାଙ୍କରୁ ପଇସା ପଠାଇଥିଲେ । ଏହାପରେ ଏକ ଜିଏଟି ବିଲ୍ କାଟିବାକୁ କହିଥିଲେ । ଜିଏଟି ବିଲ୍ କାଟିବା ପରେ ସମସ୍ତ ଟଙ୍କା ସହ ସେ ଆଡଭାନ୍ସ ଟଙ୍କା ପାଇବେ ବୋଲି ସେପଟୁ କହିଥିଲେ ଠକ । ଏହିପରି ଭାବେ ଥର ଥର କରି ୧୭ ହଜାର ଟଙ୍କା ନେଇଥିଲା । ଏଥିରେ ରଞ୍ଜିତଙ୍କ ସନ୍ଦେହ ହୋଇଥିଲା । ରଞ୍ଜିତଙ୍କ ପାଖକୁ ଜଣେ ପୋଲିସ ଅଫିସରର ଧମକ ଭିଡ଼ିଓ କଲ ଆସିଥିଲା । ଏହାକୁ ଯାଞ୍ଚ କରି ଟଙ୍କା ଫେରି ପାଇବା ପାଇଁ ରଞ୍ଜିତ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *