Pratidin TV

Odisha's Digital News Platform

ଭିଡିଓ ଜାରି କରି ହିମନ୍ତ ବିଶ୍ୱଶର୍ମାଙ୍କୁ ଙ୍କୁ ଟାର୍ଗେଟ କଲେ ନବୀନ, କହିଲେ-ପ୍ରଥମେ ନିଜ ରାଜ୍ୟକୁ ଦେଖ ..

ପ୍ରଥମେ ଗଣମାଧ୍ୟମରେ ବିଜେପିକୁ କଡା ଜବାବ ଦେଲେ । ପରେ ନିଜେ ଭିଡିଓ ଜାରୀ କରି ବିଜେପି ନେତାଙ୍କ ମୁହଁ ବନ୍ଦ କଲେ ମୁଖ୍ୟମନ୍ତ୍ରୀ । ଏଥର ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡିଶା । ଆସନ ହାତେଇବା ଲକ୍ଷରେ ବିଜେପି ର କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ , ଘନ ଘନ ଓଡିଶା ଆସୁଛନ୍ତି । ବିଜେପି ର ସେହି ହେବିୱେଟ ମାନେ ବିଜେଡିକୁ ଟାର୍ଗେଟ କରୁଛନ୍ତି ତେବେ ଏହାରି ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆସାମ ମୁଖ୍ୟମନ୍ତ୍ରୀଙ୍କୁ କଡା ଜବାବ ଦେଇଛନ୍ତି । ସବୁବେଳେ ମାପିଚୁପି କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ କିନ୍ତୁ କଡା ଟାର୍ଗେଟ କରିଛନ୍ତି। ମଞ୍ଚରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ଆଜି ଭିଡିଓ ଜାରି କରି ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଟାର୍ଗେଟ କରିଛନ୍ତି। ଯାହାଏବେ ରାଜ୍ୟ ରାଜନୀତିର ଚର୍ଚାର ଶିରୋନାମା ପାଲଟିଛି ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ଠିକ୍ ଦିନକ ପୂର୍ବରୁ ଭିଡିଓ ଜାରି ବିରୋଧିଙ୍କୁ କଡା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଉ ଓଡ଼ିଶାର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ କହୁଛନ୍ତି ଯେ ସାରା ଦେଶରେ ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିଦେବୁ। ପ୍ରଥମେ ନିଜ ରାଜ୍ୟକୁ ଦେଖନ୍ତୁ ବୋଲି କହିଛନ୍ତି ନବୀନ। ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଟାର୍ଗେଟ କରି କହିଛନ୍ତି , ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଆହୁରି କହୁଛନ୍ତି ଓଡ଼ିଶାକୁ ୧ନମ୍ବର ରାଜ୍ୟ କରିବୁ। ସେ ତାଙ୍କ ରାଜ୍ୟ ଉପରେ ଥରେ ନଜର ପକାନ୍ତୁ। ଆସାମର ଋଣଭାର ଓଡ଼ିଶାଠାରୁ ୨ ଗୁଣା। ଓଡ଼ିଶାର ଲୋକେ ସେମାନଙ୍କ ଉପରେ ହସୁଛନ୍ତି ବୋଲି ଭିଡିଓରେ ନବୀନ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *