Pratidin TV

Odisha's Digital News Platform

ଛାଡିଗଲାଣି ଭୟ ଏବେ ମାଳ ମାଳ କୁମ୍ଭୀର ସହ ସେଲ୍ଫି ନେବାକୁ ନଦୀପଠାରେ ଜୁମୁଛି ଗାଁଲୋକଙ୍କ ଭିଡ..

କେନ୍ଦ୍ରାପଡା: ଆଜିର ଆଧୁନିକ ଯୁଗରେ ସମସ୍ତେ ସେଲ୍ ଫି ମୁଡରେ ଫୋଟ ଉଠାଇବାରେ ମାତିଛନ୍ତି । କିଏ ନିଜ ସାଙ୍ଗ ସହ ତ ଆଉ କିଏ ନଦୀନାଳ ଓ ନିଜ ପରିବାର ସହ ସେଲ୍ଫି ମୁଡରେ ଗୋଟେ ଫଟୋ ଉଠାଇ ସୋସିଆଲ ମିଡିଆରେ ପ୍ରତିଦିନ ପୋଷ୍ଟ କରୁଥିବା ସମସ୍ତେ ଦେଖୁଥିବେ । କିନ୍ତୁ ଆଜି ଆମେ ଏଭଳି ଏକ ସେଲ୍ଫି ମୁଡ ଦେଖାଇବୁ ଯାହାକୁ ଦେଖି ଆପଣ ନିଜ ଆଖି ଉପରେ ବି ବିଶ୍ୱାସ କରି ପାରିବେ ନାହିଁ । ଆଜ୍ଞା ହଁ କୁମ୍ଭୀର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସିଯାଏ । କାରଣ କୁମ୍ଭୀର ଏଭଳି ଏକ ଜୀବ ଯାହାକୁ ଦେଖି ଭୟରେ ସବୁ ଦୌଡି ପଳାନ୍ତି । ଆଉ ଗତକିଛି ମାସ ପୂର୍ବରୁ ଅଥ୍‌ର୍ାତ ବର୍ଷା ଦିନରେ କୁମ୍ଭୀରର ଆତଙ୍କ ପୁରା ଓଡିଶା ଦେଖିଛି । ବର୍ଷା ପାଣି ମାଡି ଆସିଥିବା ବେଳେ ତାର ଆଳରେ କୁମ୍ଭୀର ଓଡିଶାର ପ୍ରତ୍ୟେକ ରାଜ୍ୟ ଆତଙ୍କ ଖେଳାଇ ଦେଇଥିଲେ । କେତେ ଜୀବନ ନେଇଛି କୁମ୍ଭୀର ତା କହିବା କଷ୍ଟକର । ରାଜ୍ୟରେ କୁମ୍ଭୀର ଭୟ ଏମିତି ଥିଲା ଯେ ନଦୀ ପୋଖରୀ ବିଲ ତ ଦୁରର କତା ଘରୁ ବାହାରିବାକୁ ବି ଲୋକେ ଡରି ଯାଉଥିଲେ । କୁମ୍ଭୀର କେତେ ଯେ ପରିବାର ଉଡାଡିଛି ଶେଷର ତାକୁ ମଣିଷ ଖିଆ କୁମ୍ଭୀର ବୋଲି କୁହାଗଲା ।

ତେବେ ଏଥର କିନ୍ତୁ କୁମ୍ଭୀରକୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ଡଅଁରମୁଣ୍ଡ ଗ୍ରାମର କଥା ।ଯେଉଁଠି ଯୁବକ ମାନେ ଏବେ ଆଉ କାହା ସହ ନୁହେଁ କୁମ୍ଭୀର ସହ ନେଉଛନ୍ତି ସେଲ୍ଫି ।ଏହି ସେଲ୍ଫି ଯେତିକି ବିପଦ ପୂର୍ଣ୍ଣ ସେତିକି ମଜାଦାର । ନଦୀ ପଠାରେ ମାଳମାଳ କୁମ୍ଭୀର । ଗୋଟେ ପଟେ ସେଲ୍ଫିର ମଜା,ଅନ୍ୟ ପଟେ ଜୀବନ ପ୍ରତି ବିପଦ ।ଏହି ବିପଦକୁ ଯେମିତି ଖାତିରି ନ କରି ସେଲ୍ଫି ନେବାରେ ବ୍ୟସ୍ତ ଗ୍ରାମବାସୀ ।ଆଗରୁ କେନ୍ଦ୍ରାପଡା ଜିଲ୍ଲାରେ ଅନେକ ଲୋକଙ୍କ ଜୀବନ କୁମ୍ଭୀର ମୁହଁରେ ଯିବାପରେ ମଧ୍ୟ ପ୍ରଶାସନର ନିରବତାକୁ ନେଇ ଚିନ୍ତାରେ ଥିଲେ ଅଞ୍ଚଳବାସୀ ।ତେବେ ତିନି ମାସ ଧରି କୁମ୍ଭୀରର ସ୍ଥାନ ନଦୀ ଭିତରେ ନ ହୋଇ ନଦୀପଠାରେ ବୁଲିବା ସହ ଖରା ଖାଇବାର ଚିତ୍ର ସ୍ଥାନୀୟ ଲୋକଙ୍କୁ ଯେତିକି ଆତଙ୍କିତ କରିଛି,ସେଥିକି ମଧ୍ୟ ସେଲ୍ଫି ନେବାରେ ଆନ୍ଦନ ଦେଉଛି ।ଗୋଟିଏ କି ଦୁଇଟି ନୁହେଁ ପାଞ୍ଚରୁ ସାତଟି କୁମ୍ଭୀର ପ୍ରତିଦିନ ନଦୀପଠାରେ ବୁଲିବାର ଚିତ୍ର କେତେ ଯେ ଭୟଙ୍କର ତାହା ଆଖିରେ ଦେଖିଥିବା ଲୋକ ହିଁ କହିପାରିବ ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଡଅଁରମୁଣ୍ଡ ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି ।ସେହି ଗାଁ ନିକଟ ଦେଇ ବହି ଯାଇଥିବା ଗୋବରୀ ନଦୀରେ ଗତ ତିନି ମାସ ହେବ କୁମ୍ଭୀର ଚଳ ପ୍ରଚଳ ହେଉଥିବାର ଦେଖି ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ଗାଁର ଯୁବକ ମାନେ ନଦୀ କୂଳରେ ବୁଲୁଥିବା ବେଳେ ଏକ ୧୬ ଫୁଟ ଲମ୍ବର କୁମ୍ଭୀର ନଦୀ ପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ ଏବଂ ନିକଟରେ ଆଉ ଏକ କୁମ୍ଭୀର ନଦୀରେ ମାଛ ଖାଉଥିବା ମଧ୍ୟ ଦେଖିଥିଲେ ।ଏଠି ପ୍ରଶ୍ନ ଉଠୁଛି ଭୁଲ୍ କାହାର ବନ ବିଭାଗର ନା ସେଲ୍ଫି ନେଉଥିବା ଯୁବକ ମାନଙ୍କର ।ଯଦି ସେଲ୍ଫି ନେବା ସମୟରେ କୈାଣସି ଅଘଟଣ ଘଟେ ତାହା ପାଇଁ କିଏ ଦାୟୀ ରହିବେ । ନଦୀନାଳ ଘେରା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ନଦୀନାଳରେ କୁମ୍ଭୀର ମାନଙ୍କର ଗତିବିଧ ବଢି ଚାଲିଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇ ଜନଜୀବନ କ୍ଷୟକ୍ଷତି ହେଉଥିବାର ଘଟଣା ଦିନ କୁ ଦିନ ବଢି ଚାଲିଛି ।

ବିଶେଷ କରି ନଦୀ କୂଳରେ ଚାଷଜମି ରେ ଚାଷ କରି ବଞ୍ଚୁଥିବା ଚାଷୀ ମାନଙ୍କ ଜୀବନ ଜୀବିକା ଉପରେ ପ୍ରଭା୍ୱ ପଡୁଛି ।ଏହି କୁମ୍ଭୀର ପାଇଁ ବି ଲୋକେ ନଦୀକୁ ମାଛ ଧରିବାକୁ ଯିବାକୁ ଧରୁଛନ୍ତି ।ଏକ ସପ୍ତାହ ହେବ ନଦୀପଠାରେ ଚରୁଥିବା ଛେଳିକୁ ମଧ୍ୟ କୁମ୍ଭୀର ଟାଣି ନେବାର ଚିତ୍ର ଦେଖିବାକୁ ମିଳିଥିଲା ।ଫଳରେ ନଦୀକୁଳିଆ ଗ୍ରାମବାସୀ ଆତଙ୍କିତ ଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ କୁମ୍ଭୀର କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *