Pratidin TV

Odisha's Digital News Platform

ଦେବାଳିଆ ଅବସ୍ଥାରେ ପ୍ଲାଟଫର୍ମ ବାଏଜୁ, ଘର ବନ୍ଧା ପକାଇଲେ ପ୍ରତିଷ୍ଠାତା…

1 min read

ଦେବାଳିଆ ହେବାକୁ ବସିଛି ପିଲାଙ୍କ ଏଜୁକେସନ ପ୍ଲାଟଫର୍ମ ବାଏଜୁ । ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଥିବା ବାଏଜୁ ସଂସ୍ଥା ବର୍ତ୍ତମାନ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି । କିଛିଦିନ ପୂର୍ବରୁ ବାଏଜୁ ଉପରେ ଜିଏଷ୍ଟି ବିଭାଗ ପକ୍ଷରୁ ଚଢାଉ ହେଇଥିଲା । ଆଉ ବର୍ତ୍ତମାନ ପୁଣି ଜଟିଳ ପରିସ୍ଥିତି ଦେଇ ଗତି କରୁଛି ସଂସ୍ଥା । ଏପରିକି ନିଜର କର୍ମଚାରୀକୁ ଦରମା ଦେବାକୁ ମଧ୍ୟ ଅସର୍ମଥ ବାଏଜୁ କମ୍ପାନୀ । ଏଡେଟେକ୍ କମ୍ପାନୀ ବାଏଜୁର ପ୍ରତିଷ୍ଠାତା ରବୀନ୍ଦ୍ରନ ନିଜର କର୍ମଚାରୀଙ୍କ ଦରମା ଦେଇପାଇଁ ନିଜ ଘର ସମେତ ବ୍ୟକ୍ତିଗତ ସମ୍ପତ୍ତିକୁ ବନ୍ଧକ ରଖିଥିବା କଥା ସାମ୍ନାକୁ ଆସିଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କମ୍ପାନୀ କାର୍ଯ୍ୟ ପାଇଁ ୬୦୦-୭୦୦ କୋଟି ଟଙ୍କା ଋଣ ସଂଗ୍ରହ ପ୍ରକ୍ରିୟା ଚାଲିଛି ।

ସୂଚନା ମୁତାବିକ ବାଏଜୁ କମ୍ପାନୀର ଅପରେଟିଂ ଖର୍ଚ୍ଚରେ ପ୍ରତି ମାସରେ ପ୍ରାୟ ୫୦ କୋଟି ଟଙ୍କା ପାର୍ଥକ୍ୟ ଅଛି । ଯାହାର ମୁଖ୍ୟ ଅଂଶ ହେଉଛି ଦରମା । କୁହାଯାଇଛି ଯେ ବେଙ୍ଗାଲୁରୁରେ ରବୀନ୍ଦ୍ରନଙ୍କର ଦୁଇଟି ଘର ରହିଛି । ଏହା ସହ ଅନ୍ୟ ଏକ କୋଠା ମଧ୍ୟ ନିର୍ମାଣଧୀନ ଅବସ୍ଥାରେ ପଡିରହିଛି । ଦୁଇଟି ଘରକୁ ବନ୍ଧକ ରଖିବା ପାଇଁ ରବୀନ୍ଦ୍ରନଙ୍କୁ ୧୨ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୦୦ କୋଟି ଟଙ୍କା ମିଳିଛି । ଏହି ଟଙ୍କାରେ ସେ ଗତ ସୋମବାର ଦିନ ନିଜର ୧୫ ହଜାର କର୍ମଚାରୀଙ୍କୁ ଦରମା ଦେଇଛନ୍ତି । ଅର୍ଥାତ କର୍ମଚାରୀଙ୍କୁ ୪ ଦିନ ବିଳମ୍ବରେ ଦରମା ମିଳିଥିବା ଜଣା ପଡ଼ିଛି । କମ୍ପାନୀକୁ ବଞ୍ଚାଇ ରଖିବା ଏବଂ ଆର୍ଥିକ ଚାପକୁ ହ୍ରାସ କରିବା ପାଇଁ ବାଏଜୁ ପ୍ରତିଷ୍ଠାତା ଏପରି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି । ପ୍ରାୟ ୫ ବିଲିୟନ ଡଲାର ମୂଲ୍ୟରେ ରବିନ୍ଦ୍ର ପାଖାପାଖି ୪୦୦ ନିୟୁତ ଡଲାର ସଂଗ୍ରହ କରିସାରିଲେଣି । ଅତୀତରେ ସେ ପାଇଥିବା ୮୦୦ ମିଲିୟନ ଡଲାରକୁ ମଧ୍ୟ ସାରି ଦେଇଛନ୍ତି ବୋଲି ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *