Pratidin TV

Odisha's Digital News Platform

ବାଜିମାରିଲା ବିଜେପି : ୬ଟି ରାଜ୍ୟର ୭ ଆସନରୁ ଦଖଲ କଲା ୪ଟି

1 min read

ନୂଆଦିଲ୍ଲୀ : ରବିବାର ଘୋଷଣା ହୋଇଛି ଉପର୍ନିବାଚନ ଫଳାଫଳ । ଓଡ଼ିଶା ସମେତ ୬ଟି ରାଜ୍ୟର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ନିର୍ବାଚନ କମିଶନଙ୍କ ଔପଚାରିକ ଘୋଷଣା ପୂର୍ବରୁ ବିଜେପି ୪ଟି ସିଟ୍ରେ ବାଜି ମାରିଥିବା ଗଣତିରୁ ଜଣାପଡ଼ିଛି। ଓଡ଼ିଶାର ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ସହ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ,ତେଲେଙ୍ଗାନା ଏବଂ ହରିୟାଣାରେ ବିଧାନସଭା ଉପନିର୍ବାଚନ ହୋଇଥିଲା।

ମହାରାଷ୍ଟ୍ରର ଅନ୍ଧେରି ପୂର୍ବ ଆସନ, ବିହାରର ମୋକମା ଏବଂ ଗୋପାଳଗଂଜରେ, ହରିୟାଣାର ଆଦମପୁର, ଉତ୍ତରପ୍ରଦେଶର ଗୋଲା ଗୋକରନ୍ନାଥ ଏବଂ ତେଲେଙ୍ଗାନାର ମୁନୁଗୋଡ଼ାରେ ଆସନରେ ମତଦାନ ହୋଇଥିଲା।

Advertisement

ଉତ୍ତରପ୍ରଦେଶର ଗୋଲା ଗୋକରନାଥରୁ ଅମନ ଗିରି , ହରିୟାଣାର ଆଦମପୁରରୁ ଭବ୍ୟା ବିଷ୍ଣୋଇ , ବିହାରର ଗୋପାଳଗଞ୍ଜରୁ କୁସୁମ ଦେବୀ ବିଜୟୀ ହୋଇଛନ୍ତି। ସେହିପରି ଧାମନଗର ଆସନରେ ବିଜେପି ପ୍ରାର୍ଥୀ ସୂର‌୍ୟ୍ୟବଂଶୀ ସୁରଜ ବିଜୟୀ ହୋଇଛନ୍ତି ।

ତେବେ ବିହାରର ମୋକାମା ଆସନରୁ ଆରଜେଡିର ନୀଲମ ଦେବୀ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ ଆସନରେ ଉଦ୍ଧବ ବାଲାସାହେବ ଠାକରେ ଶିବସେନା ଗୋଷ୍ଠୀର ଶ୍ରତୁଜା ଲଟକେ ବିଜୟୀ ହୋଇଛନ୍ତି । ସେହିପରି ତେଲଙ୍ଗାନାର ମୁନୁଗୋଡ଼ରେ ଟିଆର୍ଏସ୍ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏଠାରେ ବିଜେପି ଓ ଟିଆର୍ଏସ୍ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଏହି ସବୁ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ଗତ ତିନି ତାରିଖ ଦିନ ମତଦାନ ହୋଇଥିଲା ।

Leave a Reply

Your email address will not be published. Required fields are marked *