Pratidin TV

Odisha's Digital News Platform

କୋବି ଚାଷ କରି ସ୍ୱାବଲମ୍ବୀ ହେଲେ ରାଣୀବୋଲ ସାହିର କୋବି ଚାଷୀ, ଅନ୍ୟ ମାନଙ୍କ ପାଇଁ ପାଲଟିଲେ ଉଦାହରଣ…

1 min read

ଭଳିକି ଭଳି କୋବି ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି କଙ୍କଡ଼ାହାଡ଼ ବ୍ଲକ ରାଣୀବୋଲ ସାହିର ଚାଷୀ ମାନେ । ଦଶୀପୁର ଗ୍ରାମ ପଞ୍ଚାୟତ ରାଣୀବୋଲ ସାହିର ଚାଷୀ ମାନେ ନିଆରା ଭାବେ ନିଜ ବଗିଚାରେ ଏକର ଏକର ଜାଗାରେ କୋବି ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆଜିର ଯୁବ ପିଢ଼ି ଚାଷ ଉପରୁ ମୁଁହ ଫେରେଇ ନେଉଥିବା ବେଳେ ରାଣୀବୋଲ ଗାଁର ଯୁବକ ମାନେ ଚାଷ କରିବା ପାଇଁ ମନ ବଳାଇ ଭଲ ଦୁଇ ପଇସା ରୋଜଗାର କରି ପାରିଛନ୍ତି । ନିଜ ବାଡ଼ିସାରା ଫୁଲ କୋବି,ବନ୍ଧା କୋବି,ଉଲ କୋବି କରି ମାଟି ସୁନା ଫଳାଇ ପାରିଛନ୍ତ ।

କୋବି ବଗିଚା ଦେଖିବା ପାଇଁ ଅନେକ ଲୋକ ଆକର୍ଷିତ ହେଉଛନ୍ତି । ବର୍ଷକୁ ଦୁଇଟି ସିଜିନ ବର୍ଷା ଓ ଶୀତ ସମୟରେ କୋବି ଚାଷ କରି ଚାଷୀ ମାନେ ବର୍ଷକୁ ୨ଲକ୍ଷ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।ଏବେ ଶୀତ ସମୟ ଥିବାରୁ କୋବି ନେବା ପାଇଁ ବେପାରୀ କଟକ,ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, କେନ୍ଦୁଝର,ପୁରୀ,ଆଠଗଡ଼ ରୁ ଗାଡି ଲଗାଇ କୋବି ନେଉଛନ୍ତି ବେପାରୀ ମାନେ । ଦଶୀପୁର ଗ୍ରାମର ରାଣୀବୋଲ ସାହି କୋବି ଚାଷ ପାଇଁ ଗାଁ ଗାଁ ରେ ପରିଚିତ । ଥରେ କ୍ଷେତ କୁ ଆସିଲେ ଯିବା ପାଇଁ ମନ ବଳେ ନାହିଁ କାରଣ ଏହାର ସବୁଜ ସୁନ୍ଦର ପରିବେଶ ଏତେ ମନୋହର । ସରକାରୀ ତରଫରୁ ସହଯୋଗ ମିଳି ପାରିଲେ ଚାଷୀ ମାନେ ଆଗକୁ ଆହୁରି ଉନ୍ନତମାନର ଫସଲ ଚାଷ କରି ନିଜେ ଉପକୃତ ହେବା ସହିତ ଗାଁର ଯୁବକ ମାନଙ୍କୁ ସ୍ୱାବଲମ୍ବୀ କରି ପାରିବେ ବୋଲି ଚାଷୀ ମାନେ କହିଛନ୍ତି । କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କୁହନ୍ତି ଯେ ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ଚିନ୍ତାଧାରା ଚାକିରୀ ପଛରେ ନଗୋଡ଼ାଇ ଚାଷ କରି ଭଲ ରୋଜଗାର କରୁଛନ୍ତି ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *