Pratidin TV

Odisha's Digital News Platform

ପୁଣିଥରେ ଚନ୍ଦ୍ରରେ ପାଦ ଥାପିବ ଭାରତ , ଚନ୍ଦ୍ରାୟନ-୪ ମିଶନକୁ ମିଳିଲା ମଞ୍ଜୁରୀ …

1 min read

ପୁଣିଥରେ ଚନ୍ଦ୍ରରେ ପାଦ ଥାପିବ ଭାରତ  l କାରଣ ଏବେ କେନ୍ଦ୍ର କ୍ୟାବିନେଟରେ ଚନ୍ଦ୍ରାୟନ-୪ ମିଶନକୁ ମିଳିଲା ମଞ୍ଜୁରୀ l ଚନ୍ଦ୍ରାୟନ-୪ ମିଶନ ପାଇଁ ୨୧୦୪ କୋଟି ଟଙ୍କା ମଞ୍ଜୁର ହୋଇଛି l ଏଥିସହ ଭେନସ୍‌-ଭେନସ୍‌ ଅର୍ବିଟ୍‌ ମିଶନକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି l ନ୍ଦ୍ରାୟନ-୪ ମିଶନ ଅଧୀନରେ ଚନ୍ଦ୍ରରେ ଅବତରଣ କରିବା, ନମୁନା ସଂଗ୍ରହ କରିବା ଏବଂ ନିରାପଦରେ ପୃଥିବୀକୁ ଫେରାଇ ଆଣିବାର ଲକ୍ଷ୍ୟ ରହିଛି |

ସେହିପରି ଶୁକ୍ର ଅର୍ବିଟର ମିଶନ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (BAS) ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ‘ଚନ୍ଦ୍ରୟାନ-୪’ ପାଇଁ ପ୍ରସ୍ତୁତ ହେଉଛି l ୨୦୨୮ ମସିହାରେ ଏହାର ଲଞ୍ଚ ନେଇ ଆଶା  ରଖିଛି ଇସ୍ରୋ l ଏହି ମିଶନକୁ ଲୁପେକ୍ସ ମିଶନ ମଧ୍ୟ କୁହାଯିବ l ସୂଚନାଯୋଗ୍ୟ ଯେ, ୨୦୨୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରରେ ଅବତରଣ କରିବାରେ ଭାରତ ଚତୁର୍ଥ ଏବଂ ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ପ୍ରଥମ ଦେଶ ପାଲଟିଥିଲା।

Leave a Reply

Your email address will not be published. Required fields are marked *