Pratidin TV

Odisha's Digital News Platform

ଭାରତ ସରକାରଙ୍କ ‘ମିଶନ ମୌସମ’ , ଖୁବଶୀଘ୍ର ମଣିଷ ଇଛାରେ ବଦଳିବ ପାଗ …

1 min read

ଏବେ ମଣିଷ ଇଛାରେ ବଦଳିବ ପାଣିପାଗ  । ମଣିଷ ଚାହିଁଲେ ବର୍ଷା ହେବ ଏବଂ ଚାହିଁଲେ ବର୍ଷାକୁ ବନ୍ଦ ବି କରିପାରିବ। ଏକଥା ଆପଣଙ୍କୁ ଅସମ୍ଭବ ଲାଗୁଥିବ ହେଲେ ଏହି ଅସମ୍ଭବ କୁ ସମ୍ଭବ କରିବାକୁ ଯାଉଛନ୍ତି ଭାରତ ସରକାର  । ଆଗାମୀ ୫ ବର୍ଷ ମଧ୍ୟରେ ଏହାକୁ ସମ୍ଭବ କରିବେ ଭାରତୀୟ ବୈଜ୍ଞାନିକ।   ଏ କ୍ଷେତ୍ରରେ ଅଧିକ ଦକ୍ଷତା ହାସଲ କରିବାକୁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି ବୋଲି କହିଛନ୍ତି ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ । ଉଦାହରଣସ୍ଵରୂପ, ଯଦି ଦିଲ୍ଲୀରେ ସ୍ଵାଧୀନତା ଦିବସ ଉତ୍ସବ ପାଳନ କରାଯିବାକୁ ସ୍ଥିର ହୋଇଛି ଏବଂ ସେହି ସମୟରେ ବର୍ଷା ହେବାର ଅଛି, ତେବେ ବୈଜ୍ଞାନିକମାନେ ଚାହିଁଲେ ବର୍ଷାକୁ ବନ୍ଦ କରିଦେଇପାରିବେ। ସେହିପରି ଯଦି କୌଣସି ଅଞ୍ଚଳରେ ବନ୍ୟା ହୋଇଛି, ସେହି ଅଞ୍ଚଳରେ ବି ବର୍ଷାକୁ ବନ୍ଦ କରିଦିଆଯାଇ ପାରିବ। ଏବେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ‘ମିଶନ ମୌସମ’   ।

ଏହି  ‘ମିଶନ ମୌସମ’ ଜରିଆରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ କୁ ଅନୁମୋଦନ କରିଛନ୍ତି । ରବିଚନ୍ଦ୍ରନ କହିଛନ୍ତି, ବର୍ଷାକୁ କୃତ୍ରିମ ଉପାୟରେ ବନ୍ଦ କରିବା ଏବଂ ବର୍ଷା କରାଇବା ଦିଗରେ ପ୍ରାରମ୍ଭିକ ପରୀକ୍ଷଣ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ମାସ ମଧ୍ୟରେ ପରୀକ୍ଷାଗାରରେ ଏହାର ପରୀକ୍ଷା କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ଆମେ ନିଶ୍ଚିତ ରୂପେ କୃତ୍ରିମ ଉପାୟରେ ପାଗ ପରିବର୍ତ୍ତନ କରିବାରେ ସଫଳ ହେବୁ। ମିଶନ ମୌସମ ଅଧୀନରେ କେବଳ ପାଗ ପରିବର୍ତ୍ତନ କରାଯିବ ନାହିଁ, ବରଂ ବୈଜ୍ଞାନିକମାନେ ଦେଶରେ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ବି କାର୍ଯ୍ୟ କରିବେ। ସ୍ଵଳ୍ପ ଏବଂ ମଧ୍ୟକାଳୀନ ପାଗ ପୂର୍ବାନୁମାନ କ୍ଷେତ୍ରରେ ଆହୁରି ୫ରୁ ୧୦ ପ୍ରତିଶତ ଅଧିକ ନିର୍ଭୁଲତା ଅଣାଯିବ। ଭାରତକୁ କେବଳ କ୍ଲାଇମେଟ ସ୍ମାର୍ଟ ଏବଂ ପାଗଅନୁକୂଳ କରାଯିବ ନାହିଁ। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଭୂବିଜ୍ଞାନ ମନ୍ତ୍ରଣାଳୟ ସହିତ ମିଶି ଚାଟ୍‌ ଜିପିଟି(chatGPT) ଭଳି ମୌସମ ଜିପିଟି(mausamGPT) ଆପ୍ଲିକେସନ ତିଆରି କରିବେ। ଏହା ଜରିଆରେ ଲୋକମାନେ ପାଣିପାଗ ସମ୍ବନ୍ଧୀୟ ତ୍ଵରିତ ସୂଚନା ପାଇପାରିବେ। ଲିଖିତ ଏବଂ ଶ୍ରାବ୍ୟ, ଦୁଇଟି ମାଧ୍ୟମରେ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। କ୍ଲାଉଡ୍‌ ସିଡିଂ ଜରିଆରେ ବିମାନ ଦ୍ଵାରା ବର୍ଷା ବନ୍ଦ କରାଇବା ଏବଂ ବୃଦ୍ଧି କରାଇବା ଭଳି କୌଶଳ ଆମେରିକା, କାନାଡ଼ା, ଚୀନ, ରୁଷ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଆରମ୍ଭ ହୋଇଗଲାଣି। କୁଆପଥର ବର୍ଷାକୁ ବି ରୋକାଯାଇ ପାରୁଛି, ଯାହାଦ୍ଵାରା ଫସଲ ନଷ୍ଟରୁ ସୁରକ୍ଷା ମିଳୁଛି।

Leave a Reply

Your email address will not be published. Required fields are marked *