Pratidin TV

Odisha's Digital News Platform

ଓଡିଶା ବୁଲିବାକୁ ଆସି ଭାସିଗଲେ ୨ ପଶ୍ଚିମବଙ୍ଗ ଛାତ୍ର ; ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ…….

1 min read

କେନ୍ଧୁଝର ; ଓଡ଼ିଶା ବୁଲିବାକୁ ଆସି ବୁଡ଼ିଗଲେ ପଶ୍ଚିମବଙ୍ଗର ୨ ଜଣ ଛାତ୍ର । ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ । ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ପୁଣ୍ଡୁଲ୍ ପର୍ଯ୍ୟଟନସ୍ଥଳୀରେ ବୁଡ଼ି ପଶ୍ଚିମବଙ୍ଗର ଜଣେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଛାତ୍ର କୋଲକାତା ଅଶୁତୋଷ କଲେଜର ତାରାଶଙ୍କର ସରକାର, ତାଙ୍କର ଘର ହୁଗୁଳି ଆରାମବାଗ ରେ ବୋଲି ଜଣାପଡିଛି ।

ଗତକାଲି ରାତି ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଥିଲା, ହେଲେ ଆଜି ପୁଣି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି ।

Advertisement

ସୂଚନା ଅନୁଯାୟୀ, କୋଲକାତା ଆଶୁତୋଷ କଲେଜର ପରିବେଶ ବିଜ୍ଞାନରେ ସ୍ନାତକୋତ୍ତର ପହୁଥିବା ୩୮ ଜଣ ଛାତ୍ର ଓ ଅନ୍ୟ ୫ ଜଣ ବଡ଼ବିଲ ସ୍ଥିତ ହୋଟେଲ ଆଧାର ରେ ରହି ପୁଣ୍ଡୁଲ୍ ବୁଲିବାକୁ ଯାଇଥିଲେ । ସେଠାରେ ୨ ଜଣ ଛାତ୍ର ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇବାକୁ ଯାଇ ତାରାଶଙ୍କରଙ୍କ ର ଗୋଡ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ବୁଡ଼ି ଯାଉଥିବା ବେଳେ, ସହପାଠୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ହେଲେ, ତାରାଶଙ୍କରଙ୍କର ପତ୍ତା ମିଳିନଥିଲା ।

Leave a Reply

Your email address will not be published. Required fields are marked *