Pratidin TV

Odisha's Digital News Platform

କୋର୍ଟଙ୍କ କଡା ନିର୍ଦ୍ଦେଶ , ମହିଳାଙ୍କୁ ‘ଡାର୍ଲିଙ୍ଗ’ ଡାକିଲେ ଯିବେ ଜେଲ୍‌!

1 min read

ଯଦି ଆପଣ ମହିଳାଙ୍କୁ ଡାର୍ଲିଙ୍ଗ ଡାକୁଛନ୍ତି ତାହେଲେ ହୋଇଯାନ୍ତୁ ସତର୍କ । ନହେଲେ ଡାର୍ଲିଙ୍ଗ ଡାକିବା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା । କାରଣ ଏବେ ମହିଳାଙ୍କୁ ଡାର୍ଲିଙ୍ଗ’ ଡାକିବା ଦଣ୍ଡନୀୟ ଅପରାଧ । ଆଉ ଏହି ଅପରାଧ ପାଇଁ ହୋଇପାରେ ଜେଲ୍ ଦଣ୍ଡ । ଆଇପିସି ଧାରା ୩୫୪A (I) ଅନୁସାରେ ହୋଇପାରେ ସଜା । ଏକଥା ଆମେ କହୁନୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ନିକଟରେ ଘଟଣାକୁ ନେଇ କୋର୍ଟ ଦେଇଛି ଏହିପରି ଗୁରୁତ୍ୱପୂର୍ଣ୍ଣ ରାୟ , ଯାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ମଦ ନିଶାରେ ଜଣେ ବ୍ୟକ୍ତି ମହିଳା କନେଷ୍ଟବଳଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କରିଥିଲେ । ଯାହା ପରେ ମହିଳା କନେଷ୍ଟବଳ ଜଣଙ୍କ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪A (I) ଅନୁସାରେ ଏଫଆଇଆର ଦାଖଲ କରିଥିଲେ । ଯାହା ଉପରେ କୋଲକତା ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, କୌଣସି ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ କହିବା ଭୁଲ ଓ ଏହାକୁ ବଳାତ୍କାର ବୋଲି ଧରାଯିବ । ଭାରତୀୟ ଦଣ୍ଡ ସଂହିତା ଆଇପିସି ଧାରା ୩୫୪A (I) ଅଧିନରେ ଏଭଳି ବ୍ୟବହାର ପାଇଁ ଦଣ୍ଡ ମିଳିବ ।

ବର୍ତ୍ତମାନ ଆମ ସମାଜରେ ପ୍ରଚଳିତ ବ୍ୟବହାର ଏପରି ନୁହେଁ ଯେ , କୌଣସି ବ୍ୟକ୍ତି ଏଭଳି ବ୍ୟବହାର କରିବ । ଅଶ୍ଲୀଳ ଶବ୍ଦ ବ୍ୟବହାର କରିବା ଦଣ୍ଡନୀୟ । ସେ ପୋଲିସ କର୍ମୀ ହୋଇଥାନ୍ତୁ କିମ୍ବା ସାଧାରଣ ମହିଳା ହୋଇଥାନ୍ତୁ । ଏହା କହିବା ଅପମାନଜନକ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ବ୍ୟକ୍ତି ଜଣଙ୍କ ମଦ ନିଶାରେ ନ ଥାଆନ୍ତି ତେବେ ଅପରାଧର ଗମ୍ଭୀରତା ଆହୁରି ବଢ଼ି ଯାଇଥା’ନ୍ତା । କୋର୍ଟ କହିଛନ୍ତି ଯେ କୌଣସି ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ ଭଳି ଶବ୍ଦରେ ସମ୍ୱୋଧନ କରିବା ଅପରାଧ । ବର୍ତ୍ତମାନ ଆମ ସମାଜରେ ପ୍ରଚଳିତ ମାନକ ଏପରି ନୁହେଁ ଯେ , କୌଣସି ବ୍ୟକ୍ତି ଏଭଳି ବ୍ୟବହାର କରିବ । ଅଶ୍ଲୀଳ ଶବ୍ଦ ବ୍ୟବହାର କରିବା ଦଣ୍ଡନୀୟ । ସେ ପୋଲିସ କର୍ମୀ ହୋଇଥାନ୍ତୁ କିମ୍ୱା ସାଧାରଣ ମହିଳା ହୋଇଥାନ୍ତୁ । ଏହା କହିବା ଅପମାନଜନକ । କୋର୍ଟ ଏହା ମଧ୍ୟ କହିଥିଲେ ଯେ ଯଦି ବ୍ୟକ୍ତି ଜଣଙ୍କ ମଦ ନିଶାରେ ନ ଥାଆନ୍ତି ତେବେ ଅପରାଧର ଗମ୍ଭୀରତା ଆହୁରି ବଢ଼ି ଯାଇଥାନ୍ତା ।

Advertisement

Leave a Reply

Your email address will not be published. Required fields are marked *