Pratidin TV

Odisha's Digital News Platform

କୋଲକାତା ଲଜ୍ଜା  , ଘଟଣାର ତଦନ୍ତ କରିବ ସିବିଆଇ ..

1 min read

କୋଲକାତା ଆର.ଜି.କର ମେଡିକାଲ କଲେଜ ଡାକ୍ତରଖାନାରେ ଟ୍ରେନି ମହିଳା ଡାକ୍ତର ଙ୍କ ମୃତ୍ୟ ମାମଲାରେ ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ  ।  ମହିଳା ଡାକ୍ତରଙ୍କ ହତ୍ୟା ମାମଲା ସହ ଜଡିତ ସମସ୍ତ ଦଲିଲକୁ ସିବିଆଇକୁ ହସ୍ତାନ୍ତର କରିବାକୁ କୋଲକତା ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଧର୍ମଘଟରେ ବସିଥିବା ଡାକ୍ତରମାନଙ୍କୁ ଧର୍ମଘଟ ବନ୍ଦ କରିବାକୁ ମଧ୍ୟ ହାଇକୋର୍ଟ ଅନୁରୋଧ କରିଛନ୍ତି। ଏହା ତାଙ୍କର ‘ପବିତ୍ର ଦାୟିତ୍ୱ’ ବୋଲି କୋର୍ଟ କହିଛନ୍ତି। ଗତକାଲି ପୀଡିତା ଡାକ୍ତରଙ୍କ ଘର ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଯଦି ରବିବାର ସୁଦ୍ଧା କୋଲକାତା ପୋଲିସ ଏହାର ସମାଧାନ କରିବାରେ ବିଫଳ ହୁଏ ତେବେ ଏହାକୁ ସିବିଆଇ ହସ୍ତାନ୍ତର କରାଯିବ।

ଶୁଣାଣି ସମୟରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ଜଣେ ଛାତ୍ରୀ ମୃତ୍ୟୁ ହୋଇଥିଲା ସେତେବେଳେ କାହିଁକି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା କୌଣସି ଅଭିଯୋଗ କରାଯାଇ ନଥିଲା । ଏହା ସନ୍ଦେହ ସୃଷ୍ଟି କରୁଛି । ସୂଚନା ଅନୁସାରେ, ଗତ ୯ ତାରିଖରେ ଟ୍ରେନି ମହିଳା ଡାକ୍ତରଙ୍କୁ କୁକର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହିତ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଘଟଣାର ଖୋଳତାଡ ଚଳାଇଛି।ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି IMA । ଏହାସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି ।

Leave a Reply

Your email address will not be published. Required fields are marked *