Pratidin TV

Odisha's Digital News Platform

ତାଣ୍ଡବ ରଚିଲା ଘୂର୍ଣ୍ଣିବଳୟ : ନେଲା ୧୯ ଜୀବନ , ଆଗକୁ ଆସୁଛି ଆହୁରୀ ୨ ଟି ଛଡ ..

1 min read

ନୂଆଦିଲ୍ଲୀ : କାଲିଫର୍ଣ୍ଣିଆରେ ତାଣ୍ଡବ ରଚିଛି ଘୂର୍ଣ୍ଣିବଳୟ । ଘର ଭାଙ୍ଗିବା ସହ ଗଛ ଉପୁଡି ପଡିଛି । ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର କାଲିଫର୍ନିଆରେ ତାଣ୍ଡବ ରଚିଛି ବାତ୍ୟା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟାରେ ଅନେକ ଘର ନଷ୍ଟ ହୋଇଯାଇଛି ।

ଜାତୀୟ ପାଣିପାଗ ସେବା ପୂର୍ବାନୁମାନ କରିଛି ଯେ ଆଗାମୀ ଦିନରେ ପୁଣି ଦୁଇଟି ଝଡ-ତୋଫାନ ଆତଙ୍କ ସୃଷ୍ଟି କରିପାରେ । ତେବେ ଏହି ବାତ୍ୟା ଯୋଗୁ ଏ ପର୍ଯ୍ୟନ୍ତ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି । ସାଲିନାସ୍ ନଦୀର ଜଳ ସ୍ତର ବୃଦ୍ଧି ପାଇବା ପରେ, ଏଠାକାର ପ୍ରାୟ ୨୪,୦୦୦ ଲୋକଙ୍କୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କର୍ତୃପକ୍ଷ ବ୍ୟବସ୍ଥା କରିଥିଲେ । ଗତ ସପ୍ତାହରେ କାଲିଫର୍ଣ୍ଣିଆରେ ବନ୍ୟା ଆସିବା ପରେ ୨୨୦,୦୦୦ ରୁ ଅଧିକ ଘର ଏବଂ ବ୍ୟବସାୟ ବିଦ୍ୟୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଫଳରେ ହଜାର ହଜାର ଉପଭୋକ୍ତା ବିଦ୍ୟୁତ ସଂଯୋଗରୁ ବଂଚିତ ହୋଇଛନ୍ତି । ଖରାପ ପାଗ ଯୋଗୁଁ ବନ୍ୟା ପରସ୍ଥିତି ସୃଷ୍ଟି ହେବା ସହ ଭୂସ୍ଖଳନ ଖବର ମିଳିଛି । ସ୍ଥାନେ ସ୍ଥାନେ ପଥର ମଧ୍ୟ ଖସିବାରେ ଲାଗିଛି । ରାସ୍ତାଗୁଡ଼ିକ ଜଳମଗ୍ନ ହୋଇ ରହିଛି ।

Leave a Reply

Your email address will not be published. Required fields are marked *