ନୂଆ ବର୍ଷରେ ମାୟାନଗରୀକୁ ବିସ୍ଫୋରଣର ଧମକ…
1 min readମୁମ୍ବାଇ: ଆଜି ହେଉଛି ୨୦୨୩ ବର୍ଷର ଶେଷଦିନ । ରାତି ପାହିଲେ ଆରମ୍ଭ ହେବ ନୂଆ ବର୍ଷ ୨୦୨୪ । ୨୦୨୩ କୁ ବିଦାୟ ଦେଇ ୨୦୨୪ କୁ ସ୍ୱାଗତ କରିବା ପାଇଁ ଏବେ ଚାରିଆଡେ ଉତ୍ସବ ମୂଖର । କିନ୍ତୁ ଏହାରି ଭିତରେ ମାୟା ନଗରୀ ମୁମ୍ବାଇକୁ ମିଳିଲା ବିସ୍ଫୋରଣ ଧମକ । ଗତକାଲି ଶନିବାର ସନ୍ଧ୍ୟାରେ ମୁମ୍ବାଇ ପୋଲିସକୁ କେହି ଜଣେ ଅଜଣା ଲୋକ ଫୋନ ମାଧ୍ୟମରେ ନୂଆ ବର୍ଷରେ ବିସ୍ଫୋରଣ ପାଇଁ ଚେତାବନୀ ଦେଇଥିଲା । ଧମକ ପରେ ପୋଲିସ ଆଲର୍ଟରେ ରହିଛି । ସହରର ଚାରିଆଡେ ଖୋଳତାଡ କରିବା ସହ ଗଳିକନ୍ଦିରେ ଚେକିଂ କରି ସୁରକ୍ଷା ବ୍ୟବସ୍ଥାକୁ ଆହୁରୀ କଡାକଡି କରିଛି ।
ରବିବାର ଏହାକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ପୋଲିସ ନିୟନ୍ତ୍ରଣକୁ ଶନିବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଏକ ଧମକପୂର୍ଣ୍ଣ କଲ ଆସିଥିଲା ବୋଲି । ଆଉ ତତ୍ପରତା ପ୍ରକାଶ କରି ସହରର ବିଭିନ୍ନ ପ୍ରମୁଖ ସ୍ଥାନ ତଥା ସଂସ୍ଥାଗୁଡ଼ିକରେ ଖୋଜାଖୋଜି କରିଥିଲା । କିନ୍ତୁ କୈାଣସି ବିସ୍ଫୋରକ ଉପକରଣ କିମ୍ବା ସନ୍ଦେହଜନକ ଜିନିଷ ମିଳିଲା ନାହିଁ । ତେବେ କିଏ ଓ କାହିଁକି ଏପରି ଧମକ ପୁର୍ଣ୍ଣ କଲ କରିଛି ତାହାକୁ ନେଇ ବର୍ତ୍ତମାନ ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ବୋଲି ପୋଲିସ କହିଛି ।
ଖାଲି ସେତିକି ନୁହେଁ ଏହାପୂର୍ବରୁ, ଡିସେମ୍ବର ୨୭ ରେ ମଧ୍ୟ ଜୟପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଧମକ ମିଳିଥିଲା। ଇମେଲରେ ଜଣେ ଅଜଣା ବ୍ୟକ୍ତି ବିମାନବନ୍ଦରକୁ ଉଡ଼ାଇଦେବାକୁ ଧମକ ଦେଇଥିଲେ । ଧମକ ଇମେଲ ପାଇବା ପରେ ଟର୍ମିନାଲ ମ୍ୟାନେଜର ଅନୁରାଗ ଗୁପ୍ତା ଜୟପୁର ବିମାନବନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ ସିଏସ୍ଏଫ୍ ଏବଂ ଅନ୍ୟ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ, ଯାହା ପରେ ବିମାନବନ୍ଦରରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ।