Pratidin TV

Odisha's Digital News Platform

ଅତିଥି ବେଶରେ ଆସିଲେ ଟଙ୍କା ଲୁଟି ଚାଲିଗଲେ , ସିିସିଟିଭିରେ ସାମ୍ନାକୁ ଆସିଲା ୨ ସୁନ୍ଦରୀ ଯୁବତୀଙ୍କ ଏଭଳି କାଣ୍ଡ….

1 min read

ଜବଲପୁର ; ଚଳିତମାସରେ ବିବାହ ଋତୁ ଚାଲିଥିବାରୁ ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଚୋରୀ ଡକାୟତିର ଖବର । କିନ୍ତୁ ନିକଟରେ ଏକ ଏଭଳି ଘଟଣା ଘଟିଯାଇଛି ଯାହା ଆପଣଙ୍କୁ ତାଜୁବ୍ କରିଦେବ । କାରଣ ୨ ଜଣ ଝିଅ ଶନିବାର ମଧ୍ୟପ୍ରଦେଶ ଜବଲପୁର ଜିଲ୍ଲାର ଗୋସାଲପୁରର ଏକ ମଣ୍ଡପରେ କିଛି ଏଭଳି ଘଟଣା ଘଟାଇଛନ୍ତି । ସୁନ୍ଦର ଡ୍ରେସ୍ ସହ ମେକଅପ୍ ଲଗାଇ ନିଜକୁ ବାହାଘରର ଗେଷ୍ଟ ବନାଇ ମଣ୍ଡପରେ ପଶିଥିଲେ ୨ ଯୁବତୀ । ଝିଅ ଦୁହେଁ ଏପରି ରେଡି ହୋଇ ଆସିଥିଲେ ଯେ କେହିବି ତାଙ୍କୁ ଦେଖି ଧୋକା ଖାଇଯିବ ଯେ ସେମାନେ ଅପରାଧୀ ବୋଲି । ମଣ୍ଡପରେ ପଶି କିଛି ସମୟ ବୁଲା ବୁଲି କରିବା ପରେ ୨ ଯୁବତୀ ୨ ଟି ବ୍ୟାଗ୍ କାନ୍ଧରେ ପକାଇ ବାହାଘର ମଣ୍ଡପ ବାହାରେ ଥିବା ଏକ ଗାଡିରେ ବସି ଚାଲିଯାଇଥିଲେ । ଆଉ ଏସବୁ ରେକର୍ଡ ହୋଇଥିଲା ସିସିଟିଭିରେ ।

କିଛି ସମୟ ପରେ ବାହାଘର ମଣ୍ଡପରେ ହୋହାଲ୍ଲା ପଡିଥିଲା ଯେ ସେଠାରୁ ୨ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଚୋରୀ ହୋଇଯାଇଛି । ଏହାପରେ ସବୁ ରୀତିନୀତିକୁ ଅଧାରୁ ଅଟକାଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । କାରଣ ୨ଟି ବ୍ୟାଗ୍‌ରେ ଲକ୍ଷ ଲକ୍ଷ ଟଙ୍କା ଥିବା ଅଭିଯୋଗ କରିଛନ୍ତି ପରିବାର । ବିବାହ ମଣ୍ଡପ ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ୨ ଯୁବତୀଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି ।

ତେବେ ବିବାହ ସିଜିନ୍‌ରେ ଏଭଳି ଘଟଣା ଅଘଟଣା ଅସାବଧନା ଯୋଗୁ ହିଁ ଘଟିଥାଏ । ତେଣୁ ନିଜ ସୁନା ଗହଣା ଟଙ୍କା ଇତ୍ୟାଦିକୁ ଏଭଳି ସ୍ଥାନରେ ଦାୟିତ୍ୱର ସହ ରଖନ୍ତୁ । ଆଉ ଏଭଳି ଅଘଟଣାରୁ ବର୍ତନ୍ତୁ ।

Leave a Reply

Your email address will not be published. Required fields are marked *