Pratidin TV

Odisha's Digital News Platform

ସାଂଘାତିକ ରୋଗରେ ପୀଡିତ ଅଛନ୍ତି କଙ୍ଗାରୁ ଦଳର ଅଲରାଉଣ୍ଡର କାମେରନ ଗ୍ରୀନ..

1 min read

କ୍ରିକେଟ ଜଗତ ପାଇଁ ଆସିଛି ଦୁଃଖର ଖବର । ବିଶେଷ କରି ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ତାଙ୍କ ଖେଳାଳିଙ୍କୁ ନେଇ ଆସିଛି ଆଶ୍ଚର୍ଯ୍ୟଜନକ ଖବର । କଙ୍ଗାରୁ ଦଳ ଷ୍ଟାର ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ସାଂଘାତିକ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ସାମ୍ନାକୁ ଆସିଛି । ଜନ୍ମରୁ ତାଙ୍କର କିଡ୍‌ନୀରେ ସମସ୍ୟା ରହିଆସିଛି । ସେ ଏମିତି ଏକ ଷ୍ଟେଜରେ ଥିଲେ ଯେ ତାଙ୍କ ଆୟୁଷ ୧୨ ବର୍ଷରୁ ଅଧିକ ହେବନାହିଁ ବୋଲି ଡାକ୍ତରମାନେ କହିଥିଲେ । ଏବେ ସେ ଷ୍ଟେଜ ୨ କିଡ୍‌ନୀ ରୋଗରେ ରହିଛନ୍ତି । ତଥାପି ଦେଶ ପାଇଁ କ୍ରିକେଟ ଖେଳିବା ବନ୍ଦ କରି ନାହାନ୍ତି । ଗ୍ରୀନ ଯେଉଁ କିଡନୀ ରୋଗରେ ପୀଡ଼ିତ, ତା’ର କୌଣସି ଲକ୍ଷ୍ୟଣ ନଥାଏ । ଏହାକୁ କେବଳ ଅଲଟ୍ରାସାଉଣ୍ଡ ଦ୍ୱାରା ହିଁ ଡାକ୍ତରମାନେ ଠାବ କରିବେ । ଷ୍ଟେଜ ୨ ଦୀର୍ଘକାଳୀନ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ନିଜେ ଗ୍ରୀନ ଏବେ ଏହାର ଖୁଲାସା କରିଛନ୍ତି । ୨୪ ବର୍ଷୀୟ ଗ୍ରୀନ ଅଷ୍ଟ୍ରେଲିଆ ପାଇଁ ସବୁ ପ୍ରକାରର କ୍ରିକେଟ ଫର୍ମାଟରେ ଖେଳିଛନ୍ତି । ଆଇପିଏଲରେ ମଧ୍ୟ ଗତଥର ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ୨୦୨୪ରେ ସେ ଆରସିବି ପାଇଁ ଖେଳିବେ । ୧୭.୫ କୋଟି ଟଙ୍କାରେ ଆରସିବି ତାଙ୍କୁ ମୁମ୍ବାଇରୁ ଟ୍ରେଡ ନିୟମ ଆଧାରରେ ନେଇଛି ।
ସେ କହିଛନ୍ତି କ୍ରନିକ୍ କିଡନୀ ରୋଗ ହେଉଛି ମୂଳତଃ ଆପଣଙ୍କ କିଡନୀର ସୁସ୍ଥ କାର୍ଯ୍ୟର ଏକ ପ୍ରଗତିଶୀଳ ରୋଗ । ଦୁର୍ଭାଗ୍ୟବଶତ ମୋର କିଡନୀ ଅନ୍ୟମାନଙ୍କ କିଡନୀ ପରି ରକ୍ତକୁ ଫିଲ୍ଟର୍ କରେ ନାହିଁ । ଏହା ବର୍ତ୍ତମାନ ରକ୍ତକୁ ପ୍ରାୟ ୬୦% ଫିଲ୍ଟର୍ କରୁଛି । ଏହାକୁ କ୍ରନିକ କିଡ୍‌ନୀ ରୋଗର ଦ୍ୱିତୀୟ ପର୍ଯ୍ୟାୟ କୁହାଯାଏ ।

ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ କ୍ରନିକ୍ କିଡନୀ ରୋଗ ଦ୍ୱାରା ମୁଁ ଶାରୀରିକ ଭାବରେ ପ୍ରଭାବିତ ହୋଇନାହିଁ । କ୍ରନିକ୍ କିଡ୍‌ନୀ ରୋଗର ପାଞ୍ଚଟି ପର୍ଯ୍ୟାୟ ଅଛି, ଯେଉଁଥିରେ ପ୍ରଥମ ପର୍ଯ୍ୟାୟ କମ୍ ଗୁରୁତର ଓ ଷ୍ଟେଜ ୫ରେ ପହଞ୍ଚି ଗଲେ ଟ୍ରାନ୍ସପ୍ଲାଣ୍ଟ କିମ୍ବା ଡାଏଲିସିସ୍ ଆବଶ୍ୟକ ପଡ଼ିଥାଏ । ସୌଭାଗ୍ୟବଶତଃ ମୁଁ ଦ୍ୱିତୀୟ ପର୍ଯ୍ୟାୟରେ ପୀଡ଼ିତ । ଯଦି ଆପଣ କିଡନୀ ଗୁଡ଼ିକର ଯଥେଷ୍ଟ ଯତ୍ନ ନ ନିଅନ୍ତି ତେବେ ଏହା ଆଗକୁ ଭୟଙ୍କର ରୂପ ନେବ । କିଡନୀ ରୋଗ କେବେ ହେଲେ ଭଲ ହୋଇପାରିବ ନାହିଁ, କିନ୍ତୁ ଏହାର ବୃଦ୍ଧିକୁ ରୋକା ଯାଇପାରିବ । ତେଣୁ ଆପଣମାନେ ନିଜ କିଡ୍‌ନୀର ଯତ୍ନ ନିଅନ୍ତୁ । କ୍ରିକେଟ ଖେଳୁଥିଲେ ମଧ୍ୟ ଗ୍ରୀନ କମ ଲୁଣ ଓ ପ୍ରୋଟିନ ବ୍ୟବହାର କରନ୍ତି । ଏହା କ୍ରିକେଟ ଖେଳାଳିଙ୍କ ପାଇଁ ଆଦୌ ଭଲ ନୁହେଁ । ତଥାପି ନିଜର କିଡ୍‌ନୀ ରୋଗର ମୁକାବିଲା କରିବା ପାଇଁ ଗ୍ରୀନ କମ ପ୍ରୋଟିନ ନିଅନ୍ତି । ଖେଳ କଥା କହିବାକୁ ଗଲେ ଗ୍ରୀନ୍ ଅଷ୍ଟ୍ରେଲିଆ ପାଇଁ ଏଯାଏଁ ୨୪ଟି ଟେଷ୍ଟ, ୨୩ଟି ଦିନିକିଆ ଓ ୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ୧୦୭୫ ରନ୍ ସଂଗ୍ରହ କରି ଟେଷ୍ଟ କ୍ରିକେଟରେ ୩୦ ୱିକେଟ୍ ନେଇଛନ୍ତି । ଦିନିକିଆରେ ସେ ୧୬ ୱିକେଟ ସହ ୪୪୨ ରନ ଓ ଟି-୨୦ରେ ୫ ୱିକେଟ ସହ ୧୩୯ ରନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *