Pratidin TV

Odisha's Digital News Platform

ରାଇରଙ୍ଗପୁର ବିଜେଡିର ପ୍ରଚାର….ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନ୍

ରାଇରଙ୍ଗପୁରରେ ବିଜେଡିର ଜୋରସୋରରେ ପ୍ରଚାର | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ୨ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ରାଇରଙ୍ଗପୁରରେ ପ୍ରଚାର କରିଛନ୍ତି |

ତେବେ ନବୀନ ପଟ୍ଟନାୟକନିଜ ହେଲିପ୍ୟାଡ଼ ସାହାଯ୍ୟରେ ରାଇରଙ୍ଗପୁର ସ୍ଥିତ କନ୍ୟାଶ୍ରମ ପଡିଆରେ ଅସ୍ଥାୟୀ ଭାବରେ ଅବତରଣ କରିଥିଲେ | ଏବଂ ସେଠାରୁ ରାଇରଙ୍ଗପୁର କଚେରୀ ପଡିଆ ସଭାସ୍ଥଳୀକୁ ଯାଇ ଆୟୋଜିତ ନିର୍ବାଚନ ସଭାରେ ଉଦବୋଧନ ଦେଇଛନ୍ତି | ସେଠାରେ ନବୀନ ପଟ୍ଟନାୟକ ସମସ୍ତ ଯାନବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ | ଏବଂ ସେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ଏବଂ ସେ ଯାନବାସୀଙ୍କୁ ବିଜେପି ଆଣିଥିବା ସମସ୍ତ ଯୋଜନା ଭଲ କି ନାହିଁ ପ୍ରଶ୍ନ କରିଥିଲେ | ଏବଂ ସେ କହିଥିଲେ ବିଜେଡି ସରକାର ଆସିଲେ ବିଜୁ ଜନତା ମାଗଣା ବିଜୁଳି ବିଲ ଦେବେ | ଜୁଲାଇ ମାସରୁ ଆଉ ଦେବାକୁ ପଡିବ ନାହିଁ ବିଜୁଳି ବିଲ | ଓଡିଶା ଝିଅ ଏବଂ ମୋ ଭଉଣୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତଥା ମାନ୍ୟବର ରାଷ୍ଟ୍ରପତି ବିଜେଡି ଏହି ମାଟିକୁ ଜନ୍ମ ଦେଇ ସମର୍ଥନ କରିଥିଲେ | ଆପଣ ଶଙ୍ଖ ଚିନ୍ହର ପାର୍ଥୀଙ୍କୁ ସମର୍ଥନ କରି ଭୋଟ ଦଦେଇ ବିଜୟ କରିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ |

Leave a Reply

Your email address will not be published. Required fields are marked *