Pratidin TV

Odisha's Digital News Platform

ଖାଉଟିଙ୍କୁ ମହଙ୍ଗା ମାଡ , ବଢିଲା ଏହିସବୁ ରାସନ ଦର ….

1 min read

ଖାଉଟିଙ୍କୁ ମହଙ୍ଗା ମାଡ , ବଢିଲା ରାସନ ଦର । ଦେଶ ଗଣତନ୍ତ୍ରର ମହାପର୍ବରେ ମଜ୍ଜିଥିବା ବେଳେ, ଏପଟେ ଦରବୃଦ୍ଧିରେ ସନ୍ତୁଳି ହେଉଛି ସାଧାରଣ ଖାଉଟି। କଲବଲ କରୁଛି ନିତିଦିନିଆ ଖାଦ୍ୟ ସାମଗ୍ରୀର ଉଚ୍ଚା ଦର। ୧୫ ଦିନରେ ଚାଉଳ କ୍ବିଣ୍ଟାଲ ୪ ଶହ ଟଙ୍କା ମହଙ୍ଗା ହେଲାଣି। ପୂର୍ବରୁ ଯେଉଁ ଚାଉଳ କେଜି ପିଛା ୩୧ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୩୫। ସୋରିଷ ତେଲ ବି ଲିଟର ପିଛା ୧୨ ରୁ ୧୫ ଟଙ୍କା ବଢ଼ି, ୧୩୫ ଛୁଇଁଲାଣି।

ସେହିଭଳି ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି। ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି।

Advertisement

ଖାଦ୍ୟ ସାମଗ୍ରୀର ବଜାର ଦରବୃଦ୍ଧି ପାଇଁ ଉତ୍ପାଦନ ହ୍ରାସ ଓ କର୍ପୋରେଟ୍ ସଂସ୍ଥାଙ୍କ ମନୋମୁଖୀ ଦର ନିୟନ୍ତ୍ରଣକୁ ଦାୟୀ କରିଛି ବ୍ୟବସାୟୀ ମହାସଂଘ। ସଂଘ କହିଛି, କେବଳ ମୋଟା ଚାଉଳ ବ୍ୟତୀତ ଓଡ଼ିଶା ସରୁ ଚାଉଳ, ଗହମଜାତ ଉତ୍ପାଦ, ଡାଲି ଓ ତେଲ ଆଦି ପାଇଁ ଅନ୍ୟ ରାଜ୍ୟ ଓ ବିଦେଶ ଉପରେ ନିର୍ଭରଶୀଳ।

Leave a Reply

Your email address will not be published. Required fields are marked *