Pratidin TV

Odisha's Digital News Platform

ମଦ ଦୁର୍ନୀତିରେ ଗିରଫ ହେବେ ଅରବିନ୍ଦ କେଜ୍ରିୱାଲ! ତାଙ୍କ ସ୍ଥାନରେ କିଏ ସମ୍ଭାଳିବ ଦିଲ୍ଲୀ?

ମଦ ଦୁର୍ନୀତି ଘୋଟାଲାରେ ଇଡି ନିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଥିଲେ । କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦୋଶଳୟରେ ଡକାଯାଇଥିବା ତାରିଖ ଦିନ ହାଜର ହୋଇ ନଥିଲେ କେଜ୍ରିୱାଲ । କୌଣସିସ ଦଳଗତ କାର୍ଯ୍ୟ ଥିବା ନେଇ ସେ ଉପସ୍ଥିତ ହୋଇ ପାରିବେ ନାହିଁ ବୋଲି ତାଙ୍କ ଓକିଲ ଇଡିଙ୍କୁ ଜଣାଇଥିଲେ । ଏଥି ସହ ହାଜର ହେବାକୁ ନେଇ କିଛି ଦିନ ସମୟ ମାଗିଥିଲେ । ତେବେ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଗିରଫ କରିବା ନେଇ ଆଶଙ୍କା ଦେଖା ଦେଉଛି । ତେବେ ଏଠି ସମସ୍ତଙ୍କମନରେ ଗୋଟେ ପ୍ରଶ୍ନ ଉଙ୍କି ମାରିବା ଆରମ୍ଭ କରି ସାରିଲାଣି । ଯଦି ଅରବିନ୍ଦ କେଜ୍ରିୱାଲ ଗିରଫ ହୁଅନ୍ତି ।ତେବେ ଦିଲ୍ଲୀକୁ କିଏ ସମ୍ଭାଳିବ । କାହା ଦାୟିତ୍ୱରେ ଦିଲ୍ଲୀ ଚାଲିବ । ମୁଖ୍ୟମନ୍ତ୍ରୀ ଜେଲ ଗଲେ କାହାକୁ ଦିଲ୍ଲୀର ଦାୟିତ୍ୱ ଦେଇ କି ଯିବେ । ତେବେ ଆପଣଙ୍କସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ଆମ ଆଦମୀ ପାର୍ଟି । କାରଣ ସେ ଏକ ବଡ ଘୋଷଣା କରିଛି ।

ଯାହା ଆପର ସଦସ୍ୟଙ୍କ ଚିନ୍ତା ଦୁର କରି ଦେଇଛି । ଆପରେ କିଛି ନେତା ଏବଂ ନିଜେ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ଆଶଙ୍କା କରି କହିସାରିଛନ୍ତ ଯେ ତାଙ୍କୁ ଗିରଫ କରାଯାଇ ପାରେ । ଆଗକୁ ନିର୍ବାଚନ ଥିବାରୁ ତାଙ୍କୁ ଜାଣିଶୁଣି ଫସା ଯାଉଛି । ଇଡିର ପ୍ରଥମ ସମନ ରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇ ନଥିବା ବେଳେ ତାଙ୍କୁ ୨ୟଥର ପାଇଁ ନୋଟିସ ପଠାଇବ ବୋଲି ଜଣାପଡିଛି । ତା ପୂର୍ବରୁ ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆପର ସମସ୍ତ ବିଧାୟକଙ୍କ ଜରୁରୀ ବୈଠକ କରିଛନ୍ତି । ଏହାପରେ ଦଳ ପକ୍ଷରୁ ଏକ ଘୋଷଣା କରାଯାଇଛି ଯେ ଯଦି ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରେ ତେବେ ଜେଲରେ ରହି ସରକାର ଚଳାଇବେ କେଜ୍ରିୱାଲ । ଆପ ନେତା ସୌରଭ ଭରଦ୍ୱାଜଏବଂ ଆତୀଶି ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଯେ ଆପର ସମସ୍ତ ବିଧାୟକ ଚାହୁଁଛନ୍ତି ଯେ ଅରବିନ୍ଦ କେଜିୱାଲ ଯଦି ଜେଲ ଯାଉଛନ୍ତି ତଥାପି ସେ ନିଜ ପଦ ନଛାଡନ୍ତୁ ।

ଏବଂ ଜେଲ ଭିତରେ ରହି ଦିଲ୍ଲୀ ଲୋକଙ୍କ କାମ କରୁନ୍ତୁ । ଏମିତି ଜେଲ ଭିତରେ ହିଁ ସମସ୍ତ ବିଦାୟକ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ମଧ୍ୟ କରିପାରିବେ । ତେବେ ଆପର ଏହି ଯୋଜନା ଜଣା ପହିବା ପରେ ଚାରିଆଡୁ ଏବେ ଅନେକ ପ୍ରଶ୍ନ ଉଠୁଛି । ସତରେ କଣ ଏଭଳି ହେବ । ସାମ୍ବିଧାନିକ ବ୍ୟବସ୍ଥାରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାକୁ ଅନୁମତି ଦିଏ କି? ଜେଲ ଯିବା ପରେ ମଧ୍ୟ କେହି ବ୍ୟକ୍ତି ଏହି ପଦବୀରେ ରହିପାରିବେ କି? ସରକାର ଜେଲରୁ ଚାଲିପାରିବ କି? ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁହିକର ୁତ୍ତର ଖୋଜବିକାୁ ଚେଷ୍ଟା କରାଯାଉଛି ।

Leave a Reply

Your email address will not be published. Required fields are marked *