Pratidin TV

Odisha's Digital News Platform

ସକାଳୁ ଉଠି ଖାଲିପେଟରେ ଗ୍ରୀନ ଟି ପିଇବା ଠିକ୍ ନା ଭୁଲ ? ଜାଣନ୍ତୁ କଣ କୁହନ୍ତି ଏକ୍ସପର୍ଟ ….

1 min read

ନୂଆଦିଲ୍ଲୀ : ଆଜିକାଲି ହେଲଦୀ ରହିବା ଆଉ ହେଲଦୀ ଖାଇବ ସଭିଙ୍କୁ ପସନ୍ଦ । ନିଜର ଓଜନ କମାଇ ଡାଏଟ୍‌ରେ ରହିବା ପାଇଁ ଏବଂ ସୁନ୍ଦର ଦିଶିବା ପାଇଁ ଲୋକମାନେ ଆଜିକାଲି ଗ୍ରୀନ ଟିକୁ ଆପଣାଉଛନ୍ତି । ତେବେ ଏକ୍ସପର୍ଟମାନଙ୍କ କହିବା ଅନୁଯାୟୀ ଗ୍ରୀନ ଟି ଆମ ଶରୀର ପାଇଁ ଲାଭଦାୟକ । ଏହା ଆମ ଶରୀରର ଫ୍ୟାଟ୍‌କୁ କମାଇବା ସହ ଆମକୁ ଓଜନ କମାଇବାରେ ସହାୟତା କରିଥାଏ । କିନ୍ତୁ ଅନେକ ଲୋକ ଜାଣିପାରନ୍ତିନି ଯେ ସେମାନେ କିପରି ଏହି ଗ୍ରୀନ ଟିକୁ ପିଇବେ ଏବଂ କେଉଁ ସମୟରେ ପିଇବେ ?

ଅନେକ ଲୋକ ନିଜ ସକାଳର ଆରମ୍ଭ ଚା’ରୁ ଆରମ୍ଭ କରିଥାନ୍ତି । ଯେଉଁଥିରେ କ୍ଷୀର ଚା ସହ ଗ୍ରୀନ ଟିର ନା ସବା ଆଗରେ ଥାଏ । ଓଜନ କମାଇବା ସହ ବ୍ଲଡ ସୁଗର ଲେବଲ କମାଇବା ପାଇଁ ଗ୍ରୀନ ଟି ସଭିଙ୍କ ପସନ୍ଦ ପାଲଟିଛି । ଯଦି କୌଣସି ଲୋକ ଫିଟ୍ ରହିବାକୁ ଚାହାନ୍ତି ତେବେ ସେ ପ୍ରଥମେ ଗ୍ରୀନଟିକୁ ବାଛିଥାନ୍ତି । ଏକ୍ସପର୍ଟଙ୍କ କହିବା ଅନୁ୍‌ଯାୟୀ ଗ୍ରୀନ ଟି ପିଇବା ଦ୍ୱାର ଆମ ସ୍କିନ ଉଜ୍ୱଳ ରହେ ତା ସହ ଶରୀରର ମେଟାବୋଲିଜିମ୍ ମିଶିବା ସହ ଏହା ଶରୀରକୁ ଲମ୍ବା ସମୟ ପର୍ଯ୍ୟନ୍ତ ଆକ୍ଟିଭ ରଖେ । ଯେଉଁଭଳି ଗ୍ରୀନଟି ଶରୀରରେ ଏଭଳି କିଛି ଉପକାର କରିଥାଏ । ସେହିଭଳି କିଛି କ୍ଷତି ମଧ୍ୟ କରିଥାଏ ।
କଣ ଖାଲି ପେଟରେ ଗ୍ରୀନ ଟି ପିଇବା ଦରକାର ?

Advertisement

ନ୍ୟୁଟ୍ରିଶନିଷ୍ଟ ଡଃ ରୋହିଣୀ ପାଟେଲଙ୍କ କହିବା ଅନୁଯାୟୀ ଖାଲି ପେଟରେ ଗ୍ରୀନଟି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । କାରଣ ଗ୍ରୀନଟିରେ ପଲିଫେନୋଲ୍ସ ଥାଏ ଯାହାକୁ ଆମେ ଟେନିନ୍ ଭାବେ ଜାଣିଥାଉ । ଆଉ ଏହି ଟେନିନ୍ ପେଟରେ ସୃଷ୍ଟି କରିଥାଏ । ଯାହାଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୁଏ , ପେଟ ଜଳିବା , କୋଷ୍ଠକାଠିନ୍ୟ ଦେଖାଯାଏ । ତେବେ ମନେରଖନ୍ତୁ ଗ୍ରୀନ ଟି ସବୁବେଳେ ଖାଇବା ସମୟରେ କିମ୍ବା ଖାଇବା ମଝିରେ ପିଇବା ଉଚିତ୍ ।
ଗ୍ରୀନଟିରେ ଥିବା କ୍ୟାଫିନ୍ ଆମ ଶରୀରରେ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରିଥାଏ । ବାନ୍ତି ଲାଗିବା ମୁଣ୍ଡ ବୁଲାଇବା ଭଳି ସମସ୍ୟା ମଧ୍ୟ ଦେଖାଦିଏ ।

ଗ୍ରୀନଟି ପିଇବାର ଠିକ୍ ଉପାୟ –
ଖାଇବାର ଏକ ଘଣ୍ଟା ପୂର୍ବରୁ ଗ୍ରୀନ ଟି ପିଇବା ଉଚିତ୍ । ତେବେ ଏହାକୁ ସକାଳ ସନ୍ଧ୍ୟାରେ ଅପାଣମାନେ ପିଇପାରିବେ । ଗୋଟିଏ ଦିନରେ ୩ ରୁ ୪ କପ୍ ପିଇପାରିବେ । କିଛିଲୋକ ଗ୍ରୀନ ଟିରେ ଚିନ ି ଏବଂ କ୍ଷୀର ମିଶାଇ ପିଇଥାନ୍ତି କିନ୍ତୁ ଏହା କୌଣସି ଲାଭ ମିଳିନଥାଏ । ଖାଇବା ପରେ ଭୁଲରେବି ପିଅନ୍ତୁନି ଗ୍ରୀନ ଟି ।
ଏହା ଓଜନ କମାଇବା ସହ ଶରୀରରେ କୋଲେଷ୍ଟ୍ରଲ କମାଇ ଥାଏ । ତା ସହ ହାର୍ଟ ସମ୍ବନ୍ଧିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

Leave a Reply

Your email address will not be published. Required fields are marked *