Pratidin TV

Odisha's Digital News Platform

୩ ଦିନ ପରେ ନିଜ ଦେଶକୁ ଫେରିଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ;  ଜି-୨୦ ପାଇଁ ଆସିଥିଲେ ଭାରତ ….

1 min read

ନୂଆଦିଲ୍ଲୀ : ଭାରତରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନରେ ସାମିଲ ହେବାପାଇଁ ଆସିଥିବା ବିଦେଶ ମନ୍ତ୍ରୀ ମାନେ ନିଜ ନିଜ ଦେଶକୁ ଫେରିଯାଇଥିବା ବେଳେ , କନ୍ନଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦେଶକୁ ଫେରିପାରିନଥିଲେ । ରବିବାର ଦିନ କାନାଡା ଫେରିବା ପୂର୍ବରୁ ପ୍ରୋଟୋକଲ ଅନୁଯାୟୀ ବିମାନର ଯାଂଚ କରାଯିବା ବେଳେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସିଥିଲା । ଫଳରେ ଏୟାରବସ ସିଭିସି-୦୦୧କୁ ଉଡ଼ାଣ ଭରିବା ପାଇଁ ଅନୁମତି ଦେଇନଥିଲା କାନାଡା ସେନା । ଦୁଇ ଦିନି ବିତି ଯାଇଥିଲେ ମଧ୍ୟ ଏହି ବିମାନକୁ ସଜଡା ଯାଇପାରିନଥିଲା ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନ ଏପରି ଖରାପ ହେବା ଯୋଗୁଁ ତାଙ୍କୁ ଅପଦସ୍ତ ହେବାକୁ ପଡ଼ିଛି । ୨୦୧୬ରେ କାନାଡାରୁ ଉଡ଼ାଣ ଭରିବାର ମାତ୍ର ଅଧ ଘଂଟା ପରେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ଯୋଗୁଁ ତାଙ୍କୁ ପୁଣି ଓଟାୱା ଫେରିବାକୁ ପଡ଼ିଥିଲା । ୨୦୧୯ ଡିସେମ୍ବରରେ ମଧ୍ୟ ନାଟୋ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁଜଷ୍ଟିନ ଟ୍ରୁଡୋଙ୍କୁ ବିକଳ୍ପ ବିମାନରେ ଯାତ୍ରା କରିବାକୁ ପଡ଼ିଥିଲା ।

Advertisement

ଶେଷରେ ଦୀର୍ଘ ୩ ଦିନ ପରେ ଆଜି ତାଙ୍କ ବିମାନ ସଜାଡ ହେବାରୁ ସକୁଶଳେ ନିଜ ଦେଶକୁ ଫେରିଛନ୍ତି ଟ୍ରୁଡୋ । ଆଜି ତାଙ୍କ ବିମାନ ମଧ୍ୟହ୍ନ ୧.୧୦ ମିନିଟରେ ଦିଲ୍ଲୀ ବିମାନ ବନ୍ଦର ଛାଡିଥିଲା ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *