Pratidin TV

Odisha's Digital News Platform

ବାତିଲ୍‌ ହେଲା PGT ଲିଖିତ ପରୀକ୍ଷା ..

1 min read

ବାତିଲ୍‌ ହେଲା PGT ଲିଖିତ ପରୀକ୍ଷା। ପିଜିଟି ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ ଓପିଏସସି । ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ଏହି ପରକ୍ଷା ହୋଇଥାନ୍ତା। କିନ୍ତୁ ଓପିଏସସି ବିଜ୍ଞପ୍ତି ପ୍ରକାଶ କରି ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ବୋର୍ଡ ପକ୍ଷରୁ ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରାଯାଇଛି।

ତେବେ ଅନ୍ୟ ଅପ୍ସନାଲ ବିଷୟଗୁଡିକର ପରୀକ୍ଷା ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ। ପରେ ବାତିଲ୍ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ବାହାରିବ ବୋଲି ଓପିଏସସି ସମ୍ପାଦକ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *