Pratidin TV

Odisha's Digital News Platform

ଲାଗିଲା କାଳିଆ ଡୋରୀ , ମୃତ୍ୟୁ ମୁଖରୁ ଷ୍ଟ୍ରେଚରରେ ବଡଦାଣ୍ଡକୁ ଆସିଲେ ଭକ୍ତ …

1 min read

ସବୁଠୁ ପବିତ୍ର ସର୍ମ୍ପକ ଭକ୍ତ ଆଉ ଭଗବାନର । ନା ଥାଏ ଆଶା ନା ଥାଏ କୌଣସି ଅବୁଝା ପରିସ୍ଥିତି । ଏ ସର୍ମ୍ପକଟି କାଳ କାଳରୁ ନିବିଡ , ଯାହାର ଉଦାହରଣ ଆମେ ପୁରୀଠୁ ନେଇ ଆଳି ଯାଏଁ ଦେଖିଛେ । କିଭଳି ଭକ୍ତ ପାଇଁ ଯୁଗ ଯୁଗରୁ ଭଗବାନ କେତେବେଳେ ନିଜ ରଥ ଅଟକାଇଦେଇଛନ୍ତି ତ ପୁଣି କେବେ ନିଜେ ସେହି ସ୍ଥାନରେ ସ୍ଥାପିତ ହୋଇଯାଇଛନ୍ତି ।

ଆଉ ଭକ୍ତ ମଧ୍ୟ କିଛି କମ ନୁହଁ ଦାସିଆ ବାଉରୀ , ସୁଦାମା ଠାରୁ ସାଲବେଗ ଯାଏଁ ମଧ୍ୟ ନିଜ ଭକ୍ତିର ପରିଚୟ ଦେଇଛନ୍ତି । ଭକ୍ତ ଓ ଭଗବାନ ଯେତେବେଳେ ଏକାକାର ହୋଇଯାଆନ୍ତି ସେତେବେଳେ ସେମାନଙ୍କ ମଧ୍ୟରେ ବନ୍ଧବାଡ଼ ନ ଥାଏ। ଜୀବନର ଶେଷ ମୁହୂର୍ତ୍ତରେ ଚକା ଆଖିକୁ ଟିକେ ଦେଖିବାକୁ ବୃଦ୍ଧ ଜଣଙ୍କ ଷ୍ଟ୍ରେଚରରେ ଧାଇଁ ଆସିଛନ୍ତି ପୁରୀ । ମାତ୍ର ମନ୍ଦିର ଭିତରକୁ ଯିବା ସମ୍ଭବ ନ ହେବାରୁ ଷ୍ଟ୍ରେଚରରେ ସେ ବାହାରୁ ହିଁ ଜଗା ଦର୍ଶନ କରିଛନ୍ତି।

Advertisement

ସୂଚନା ଅନୁଯାୟୀ ବୃଦ୍ଧ ଜଣଙ୍କ ଜଣେ କ୍ୟାନସର ପୀଡିତ । କ୍ୟାନ୍ସରର ଶେଷ ପର୍ଯ୍ୟାୟରେ ଜଗାକୁ ଦେଖିବାର ଆଶା ବା ଇଛା ତାଙ୍କୁ ଟାଣି ଆଣିଛି ସିଂହ ଦୁଆରକୁ । କିନ୍ତୁ ମନ୍ଦିର ଭିତରକୁ ଯିବା ସମ୍ଭବ ନ ହେବାରୁ ଷ୍ଟ୍ରେଚରରେ ସେ ବାହାରୁ ହିଁ ଜଗା ଦର୍ଶନ କରିଛନ୍ତି।

ଆମେ କହୁଛୁ ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ। ଦୀର୍ଘ ଦିନ ହେବ ସେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଏବେ ଜୀବନର ଶେଷ ସୋପାନରେ ପହଞ୍ଚିଛନ୍ତି। ବିଜୟ ଏବେ ମରଣ ସହ ଲଢେଇ କରୁଥିବା ବେଳେ ଡାକ୍ତରମାନେ ବି ଆଶା ଛାଡ଼ି ଦେଇଛନ୍ତି। ତେଣୁ ଜୀବନର ଶେଷ ସମୟରେ କାଳିଆ ଦର୍ଶନ କରିବାକୁ ମନ ବଳାଇ ଜଗା ଦର୍ଶନ କରିବାକୁ ଇଛା ବ୍ୟକ୍ତ କରିଥିଲେ । ଯାହା ତାଙ୍କ ପରିବାର ପୁରଣ କରିଛି ।

Leave a Reply

Your email address will not be published. Required fields are marked *