Pratidin TV

Odisha's Digital News Platform

ଶରୀରରେ ଏପରି ଲକ୍ଷଣ ଦେଖାଯାଉଛି କି? କରନ୍ତୁନି ଅଣଦେଖା ହୋଇପାରେ କ୍ୟାନସର…

1 min read

କର୍କଟ ଏକ ସାଂଘାତିକ ରୋଗ କିନ୍ତୁ ଏହାର ନିରାକରଣ ଆହୁରି ବିପଜ୍ଜନକ ଅଟେ । କର୍କଟ ରୋଗର ଲକ୍ଷଣ ଏପରି ଯେ ଏହାକୁ ଶୀଘ୍ର ଚିହ୍ନିବା କଷ୍ଟକର । ତେବେ କର୍କଟ ରୋଗର ଶରୀରର କୈାଣସି ଅଙ୍ଗ କିମ୍ବା ଟିସୁରେ ଆରମ୍ଭ ହୋଇ ଅସ୍ୱାଭାବିକ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବଢିିଥାଏ । ଶରୀରରେ ତାହା ଅସାଧାରଣ ଭାବେ ସୀମା ଅତିକ୍ରମ କରି ଅନ୍ୟ ଅଙ୍ଗକୁ ବିସ୍ତାର କରିଥାଏ । ଯାହାକି ଅତ୍ୟନ୍ତ ମାରାତ୍ମକ ରୋଗ ଅଟେ । କାରଣ କର୍କଟ ରୋଗରୁ ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ । ଶରୀରରେ ବିଭିନ୍ନ ପ୍ରକାର କ୍ୟାନସର ହୋଇଥାଏ । ଯେମିତି ସ୍ତନ କ୍ୟାନସର, ପାଟି କ୍ୟାନସର, ପାକସ୍ଥଳି, କ୍ୟାନସର ବା ଫୁସଫୁସ କ୍ୟାନସର ଏବଂ ବୋନ କ୍ୟାନସର ଇତ୍ୟାଦି । ଏସବୁ ହେବା ପୂର୍ବରୁ ଶରୀରରେ କିଛି ଲକ୍ଷଣ ପରିଲକ୍ଷିତ ହୋଇଥାଏ । ରୋଗର ଆରମ୍ଭରେ କିଛି ଲକ୍ଷଣ ଦେଖାଯାଇଥାଏ,ଯେପରିକି ଓଜନ ହ୍ରାସ କିମ୍ବା ଜ୍ୱର, ମଳତ୍ୟାଗ ବେଳେ ରକ୍ତ ପଡିବା, କିମ୍ବା ଗିଳିବାରେ ଅସୁବିଧା ହେବା । ତେଣୁ ଆପଣ ଯଦି ଶୀଘ୍ର ଚିକିତ୍ସା କରିନିଅନ୍ତି ତେବେ କର୍କଟ ଭଲ ହେବାର ସମ୍ଭାବନା ଅଧିକ ଥାଏ । କାରଣ କେତେକ ଲକ୍ଷଣ କର୍କଟ ରୋଗର ଶୀଘ୍ର ଚେତାବନୀ ଦେଇପାରେ । ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ ଅଧିକାଂଶ ସାଧାରଣତଃ କମ୍ ଗୁରୁତର ଅବସ୍ଥା ଦ୍ୱାରା ହୋଇଥାଏ । ତଥାପି, ଲୋକମାନେ ଏହା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ଯେଉଁଥିପାଇଁ ପରେ ରୋଗ ବଢିଯାଇଥାଏ ।
ଥକ୍କା ଲାଗିବା
ଯଦି ବହୁତ ଥକ୍କା ଲାଗେ ଏବଂ ଆପଣ ବାରମ୍ବାର ସଂକ୍ରମଣର ଶିକାର ହୁଅନ୍ତି, ତେବେ ଏହା ରକ୍ତ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରୁ ଗୋଟିଏ ହୋଇପାରେ । ଏହାର କାରଣ ହେଉଛି କର୍କଟ ସୁସ୍ଥ କୋଷଗୁଡ଼ିକର ଉତ୍ପାଦନରେ ବାଧା ସୃଷ୍ଟି କରିଥାଏ । ଯାହା ରକ୍ତହୀନତା ସୃଷ୍ଟି କରେ । ଏହା ବ୍ୟତୀତ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ରକ୍ତ କର୍କଟ ରୋଗର ଲକ୍ଷଣ । ଏହି କାରଣରୁ, ଜଣେ ବ୍ୟକ୍ତି ବାରମ୍ବାର ସଂକ୍ରମଣ ପ୍ରତି ସମ୍ବେଦନଶୀଳ ହୋଇଯାଏ ଏବଂ ଚିକିତ୍ସା କଷ୍ଟକର ହୋଇଯାଏ ।
ଓଜନ ହ୍ରାସ କିମ୍ବା ଫୁଲିଯାଇଥିବା ଲସିକା ଗ୍ରନ୍ଥି
ଯଦି ଆପଣ କୈାଣସି କାରଣରୁ ହଠାତ୍ ଓଜନ ହ୍ରାସ କରୁଛନ୍ତି । ତେବେ ଏହା କେବଳ କର୍କଟ ରୋଗର ଲକ୍ଷଣ ହୋଇପାରେ । ଏହା ବ୍ୟତୀତ ଲସିକା ଗ୍ରନ୍ଥିରେ ଫୁଲା, ବିଶେଷକରି ବେକ ଏବଂ ଅଣ୍ଟାରେ ଫୁଲିଯିବାର ଲକ୍ଷଣ ହୋଇପାରେ, ଏହା କର୍କଟ ରୋଗର ଚେତାବନୀ ସଙ୍କେତ ଭାବରେ ବିବେଚନା କରାଯାଏ ।
ରକ୍ତସ୍ରାବ ଏବଂ ହାଡରେ ପ୍ରବଳ ଯନ୍ତ୍ରଣା
ସାମାନ୍ୟ ଆଘାତରୁ ଦୀର୍ଘ ସମୟ ଧରି ରକ୍ତସ୍ରାବ ହେବା ଯୋଗୁ ପ୍ଲାଲେଟ୍ ସଂଖ୍ୟା ହ୍ରାସ ହେତୁ ହୋଇପାରେ । ଏହା କର୍କଟ ରୋଗ ସହିତ ମଧ୍ୟ ଜଡିତ ହୋଇପାରେ । ସାଧାରଣତଃ ରକ୍ତ କର୍କଟ ଅସ୍ଥି ମଜ୍ଜା ଉପରେ ଖରାପ ପ୍ରଭାବ ପକାଇପାରେ । ଏହା ହାଡରେ ଯନ୍ତ୍ରଣା ହୋଇପାରେ ।ଏହାବ୍ୟତୀତ ଭୋକ କମିବା,ଦର୍ଶନ କିମ୍ବା ଶ୍ରବଣ ସହିତ ସମସ୍ୟ,ବାରମ୍ବାର ବାନ୍ତି ଲାଗିବା,ପରିସ୍ରାରେ ବା ମଳରେ ରକ୍ତ ପଡିବା,ଋତୁସ୍ରାବରେ ଅନିୟମିତତା, ବାରମ୍ବାର ଜ୍ୱର,କ୍ରନିକ କାଶ ଇତ୍ୟାଦି ଲକ୍ଷଣ ଦେଖାଦେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Advertisement

Leave a Reply

Your email address will not be published. Required fields are marked *