Pratidin TV

Odisha's Digital News Platform

ପାଞ୍ଚ ଅଖା ଖୁଚୁରା ଟଙ୍କା ଦେଇ ନାମାଙ୍କନ ଭରିଲେ ପ୍ରାର୍ଥୀ , କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ..

1 min read

ଗୋଟିଏ ଗୋଟିଏ ଟଙ୍କା ରଖି ଆଜିସେ ନିଜ ସ୍ୱପ୍ନ ପୁରଣ କରିବାକୁ ଯାଉଛନ୍ତି । କଥାରେ ଅଛି ଥିଲା ବାଲା ଲୋକ କେବଳ ନିର୍ବାଚନ ଲଢିପାରିବେ ଆଉ ନେତା ହୋଇ ପାରିବେ । ହେଲେ ଏ କଥାକୁ ଭୁଲ୍ ପ୍ରମାଣିତ କରିଦେଲେ ଏହି ବ୍ୟକ୍ତି । ଆଉ ଆଜି ଖୁଚୁରା ପଇସା ଥଳି ଧରି ନାମାଙ୍କନ ଭରିବାକୁ ଗଲେ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବ୍ୟକ୍ତି ତାର ହାବ ଭାବ ବେଶଭୂଷା ପୁରାପୁରି ଅଲଗା । ହେଲେ ଏ ବ୍ୟକ୍ତି ପାଞ୍ଚ ଅଖା ଖୁଚୁରା ପଇସା ଧରି ନାମାଙ୍କନ ଭରିବାକୁ ପହଞ୍ଚିଥିଲେ ।

ସୂଚନାନୁଯାୟୀ ଭୋପାଳ ଲୋକ ସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଏପ୍ରିଲ ୧୯ ପର୍ଯ୍ୟନ୍ତ ଜାରି ରହିବ । ଦୁଇ ଦିନ ଛୁଟି ପରେ ସୋମବାର ମାନବ ସମାଧାନ ପାର୍ଟିର ପ୍ରାର୍ଥୀ ସଞ୍ଜୟ ସରୋଜ ପାଞ୍ଚ ଅଖା ଭିତରେ ପ୍ରାୟ ୨୪,୦୦୦ ଟଙ୍କା ଖୁଚୁରା ସହ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ । ଏହା ପରେ ନାମାଙ୍କନ ପତ୍ରରେ ନିୟୋଜିତ କର୍ମଚାରୀଙ୍କ ହୋସ୍ ଉଡିଗଲା । ଆଉ ସେହି ଖୁଚୁରା ପଇସାକୁ ଗଣି ଗଣି ଥକିଗଲେନିୟୋଜିତ କର୍ମଚାରୀ । ମାନବ ସମାଧାନ ପାର୍ଟିର ପ୍ରାର୍ଥୀ ସଞ୍ଜୟ ସରୋଜ କହିଛନ୍ତି ଯେ, ସେ ଗତ ଅନେକ ବର୍ଷ ଧରି ଭୋପାଳରେ ଏକ ରିକ୍ସା ଚଲାଉଛନ୍ତି ଏବଂ ତାଙ୍କ ସାନ ଭାଇ ଏକ ଜୁସ ଦୋକାନ ଚଲାନ୍ତି । କୋଭିଡ ଅବଧି ପରଠାରୁ ସେ ପାଇଥିବା ଟଙ୍କା ସଂଗ୍ରହ କରି ଚାଲିଥିଲେ ଏବଂ ବର୍ତ୍ତମାନ ପ୍ରାର୍ଥୀ ହେବାପରେ ସଂଗୃହୀତ ଟଙ୍କା ସହିତ ନାମାଙ୍କନ ଫର୍ମ କିଣିବାକୁ ଆସିଛନ୍ତି । ଏହି ଖୁଚୁରା ଗଣନା କରିବାକୁ କର୍ମଚାରୀଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *