Pratidin TV

Odisha's Digital News Platform

ବେକରେ ଚପଲ ମାଳ ପକାଇ ନିର୍ବାଚନୀ ପ୍ରଚାର କରୁଛନ୍ତି ପ୍ରାର୍ଥୀ , ଜାଣନ୍ତୁ କଣ ରହିଛି ପୁରା ମାମଲା ..

1 min read

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ରାଜନୈତିକ ଉଷ୍ମତା ବଢ଼ୁଥିବା ବେଳେ ଜୋରଦାର ହେଉଛି ନେତାଙ୍କ ପ୍ରଚାର । ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରୁଛନ୍ତି ନେତା । ଜନସମ୍ପର୍କ ବଢ଼ାଇବା ପାଇଁ ଲୋକଙ୍କ ନିକଟକୁ ଯାଇ କଥାବାର୍ତା ହେବା ସହ ପ୍ରଚାର କରୁଛନ୍ତି ପ୍ରାର୍ଥୀ ।ଧିରେ ଧିରେ ଜମୁଛି ପ୍ରଚାର । ଲୋକଙ୍କ ନିକଟତର ହେବାକୁ ନେତା ଚଳାଇଛନ୍ତି ପ୍ରୟାସ । ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନେତା ଆପଣାଉଛନ୍ତି ନୂଆ ନୂଆ ଫଣ୍ଡା । ତେବେ ଜଣେ ନେତା ବେକରେ ଜୋତା ମାଳ ପକାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

ଏପରି ଏକ ନିଆରା ଢଙ୍ଗରେ ପ୍ରଚାର କରୁଥିବା ପାଖେଇ ଉତ୍ତରପ୍ରଦେଶର ଅଲିଗଡ ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିଛି ।ବାସ୍ତବରେ, ଅଲିଗଡ ଲୋକସଭା ଆସନର ସ୍ୱାଧୀନ ପ୍ରାର୍ଥୀ କେଶବ ଦେବ ନିର୍ବାଚନ ଆୟୋଗଙ୍କ ଠାରୁ ନିର୍ବାଚନ ପ୍ରତୀକ ଭାବେ ଚପଲ ଚିହ୍ନ ପାଇଛନ୍ତି । ଏଥିପାଇଁ ପଣ୍ଡିତ କେଶବ ଦେବ ଗୌତମ ସାତ ଚପଲର ମାଳ ପିନ୍ଧି ଲୋକଙ୍କୁ ରାସ୍ତାରେ ବୁଲି ବୁଲି ଭୋଟ୍ ମାଗୁଛନ୍ତି । ନେତାଙ୍କ ଏହି ନିଆର ଢ଼ଙ୍ଗର ପ୍ରଚାର ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍ୱାଧୀନ ପ୍ରାର୍ଥୀ ପଣ୍ଡିତ କେଶବ ଦେବ ଆଲିଗଡର ରାସ୍ତାରେ ଚପଲ ମାଳ ପିନ୍ଧି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ସେ ଲୋକ ମାନଙ୍କ ସହ ହାତ ମିଳାଇ ଭୋଟ୍ ଦେବାକୁ ନିବେଦନ କରୁଛନ୍ତି । ପଣ୍ଡିତ କେଶବ ଦେବ ଜଣେ ଆରଟିଓ କାର୍ଯ୍ୟକର୍ତ୍ତା ଏବଂ ଏହା ପୂର୍ବରୁ ବିଧାୟକ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ପଣ୍ଡିତ କେଶବ ଦେବ ୨୦୨୨ ବିଧାନସଭା ନିର୍ବାଚନରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ପଣ୍ଡିତ କେଶବ ଦେବ ଦୁର୍ନୀତି ବିରୋଧୀ ଦଳର ଜାତୀୟ ସଭାପତି ମଧ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *