Pratidin TV

Odisha's Digital News Platform

ଏୟାର ଇଣ୍ଡିଆ ଇଣ୍ଟରଭିୟୁ ସେଣ୍ଟରରେ ଦଳାଚକଟା, ଚାକିରୀ ପାଇଁ ଗଛ ଚଢି ଗେଟ ଡେଇଁଲେ ପ୍ରାର୍ଥୀ 

1 min read

ଚାକିରୀ ପାଇଁ ଦଳାଚକଟା ପରିସ୍ଥିତି | ସେପଟେ କୁହାଯାଉଛି ଭାରତରାରେ ବଢୁଛି ଏଭଳି ବେକାରୀ ସମସ୍ୟା | ଚାକିରୀ ପାଇଁ ଏପରି ଦଳାଚକଟାରେ ପରିସ୍ଥିତି ସାମ୍ନାକୁ ଆସୁଛି | ତେବେ ସ୍ୱଳ୍ପ ପଦବୀକୁ ହଜାର ହଜାର ଆଶାୟୀ | ୱାକିଂ ଇଣ୍ଟରଭିୟୁ ସ୍ଥଳରେ ଅସମ୍ଭାଳ ଭିଡ଼ | ତେବେ ଏୟାର ଇଣ୍ଡିଆ ସେଣ୍ଟର ଭିତରକୁ ଧସେଇ ହୋଇ ପଶିଲେ ପାର୍ଥୀ |

ସୂଚନା ମୁତାବକ, ଜୁଲାଇ ୧୬ ତାରିଖରେ ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସେସ ଲିମିଟେଡ଼ ୨୨୧୬ ଟି ପଦବୀ ପୁରଣ ଲାଗି ୱାକିଂ ଇଣ୍ଟରଭିୟୁ ରଖିଥିଲେ | ମୁମ୍ବାଇ କାର୍ଲିନା ଠାରେ ଥିବା କମ୍ପାନୀର ନିଯୁକ୍ତି ଅଫିସରେ ସାକ୍ଷାତକାର କାର୍ଯ୍ୟକ୍ରମ ହୋଇଥିଲା | ଯେଉଁଥିପାଇଁ ଏଠାରେ ଖୁବ ଭିଡ଼ ଦେଖିବାକୁ ମିଳିଥିଲା | ତେବେ ଏହି ଚାକିରୀ ପଦବୀ ପାଇଁ ୨୫ ହଜାରୁ ଉର୍ଦ୍ଧ୍ବ ଆଶାୟୀ ଆସିଥିଲେ | କିନ୍ତୁ ଏହି ପଦବୀର ଦରମା ଥିଲା ମାତ୍ର ୨0 ହଜାରରୁ ୨୫ ହଜାର ଟଙ୍କା | ତେବେ ଅସମ୍ଭାଳ ଭିଡ଼ ଦେଖି ମୁମ୍ବାଇ ପୋଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା |

Advertisement

ପ୍ରଥମେ ଗୁଜୁରାଟ, ଅହମଦାବାଦ, ଆଉ ଏବେ କାହାରଷ୍ଟ୍ର ମୁମ୍ବାଇରୁ ସମ୍ନାକୁ ଆସିଛି ଏଭଳି ଘଟଣା | ଇଣ୍ଟରଭିୟୁ ଦେବାକୁ ସେଣ୍ଟର ସମାନରେ ହଜାର ହଜାର ସଂଖ୍ୟାରେ ଭିଡ଼ ଜମାଇଥିଲେ ଆଶାୟୀ | ସ୍ଥିତି ଏପରି ହୋଇଥିଲା ଯେ ଭିଡ଼କୁ ସମ୍ଭାଳିବା ପୋଲିସ ପାଖେ ମଧ୍ୟ ଅସମ୍ଭବ ହୋଇପଡ଼ିଥିଲା | ଚାକିରୀ ଆଶାୟୀ ଯେତିକି ପାରିଲେ ସସେତିକି ଧସେଇ ପଶିବାକୁ ଉଦ୍ୟମ କଲେ | ତେବେ ଗଛ, ଗାଡି ଉପରକୁ ଚଢି ଗେଟ ଭିତରକୁ ପଶିଲେ ଆଶାୟୀ | ଅତ୍ୟଧିକ ଭିଡ଼ ପାଇଁ ମଧ୍ୟ ଦଳାଚକଟା ପରିସ୍ଥିତ ମଧ୍ୟ ସୃଷ୍ଟି ହୋଇଥିଲା | ତେବେ ଚାକିରୀ ପାଇଁ ଅଶାୟୀଙ୍କ ମଧ୍ୟରେ ଟଣାଓଟରା ମଧ୍ୟ ଦେଖିବାକୁ ମିଳିଥିଲା | ଯାହାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

Leave a Reply

Your email address will not be published. Required fields are marked *